Latest Odisha News

ରିମାଣ୍ଡରେ ଗଲେ ଓ୍ବେବ୍ ପୋର୍ଟାଲ ସମ୍ପାଦକ ଓ ସାମ୍ବାଦିକ

ଭୁବନେଶ୍ବର : ଦୂତୀ ଚାନ୍ଦଙ୍କ ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ ମାମଲାରେ ରିମାଣ୍ଡରେ ଓ୍ବେବ୍ ପୋର୍ଟାଲ ସମ୍ପାଦ୍ ଓ ସାମ୍ବାଦିକ । ଓ୍ବେବ୍ ପୋର୍ଟାଲର ସମ୍ପାଦକ ସୁଧାଂଶୁ ରାଉତ ଓ ରିପୋର୍ଟର ସ୍ମୃତି ରଞ୍ଜନ ବେହେରାଙ୍କୁ ଆଜି ଦିନିକିଆ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ ଦିନିକିଆ ରିମାଣ୍ଡରେ ନେଇ ମହିଳା ଥାନା ପୋଲିସ ପଚରାଉଚରା କରିଛି ।

ଗତ ଶନିବାର ଉଭୟଙ୍କୁ କୋର୍ଟରେ ହାଜର ବେଳେ ୭ ଦିନ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା ପୋଲିସ । କିନ୍ତୁ ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ଭୁବନେଶ୍ବର ଏସଡିଜେଏମ୍ କୋର୍ଟ । ଫଳରେ ସୁଧାଂଶୁ ଓ ସ୍ମୃତି ରଞ୍ଜନକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ପୂର୍ବରୁ ଏହି ମାମଲାରେ ପୋଲିସ ଝାରପଡ଼ାରେ ଥିବା ଓ୍ବେବ୍ ପୋର୍ଟାଲର ଅଫିସକୁ ସିଲ୍ କରି କମ୍ପ୍ୟୁଟର, ଲାପଟପ୍ ଜବତ କରିଥିଲା ।

Leave A Reply

Your email address will not be published.