Latest Odisha News

ଶୁଭେନ୍ଦୁ ଅଧିକାରୀଙ୍କୁ ମିଳିଲା ବଡ ଆଶ୍ୱସ୍ତି, କୋର୍ଟଙ୍କ ବିନା ଅନୁମତିରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବନି

କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସୋମବାର କୋଲକାତା ହାଇକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । କୋର୍ଟଙ୍କ ବିନା ଅନୁମତିରେ ପୋଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବ ନାହିଁ । ଟିଏମସି ଛାଡି ଆସିବା ପରେ ତାଙ୍କ ବିରୋଧରେ ଆଗତ ୫ଟି ମାମଲାରୁ ୩ଟିର ତଦନ୍ତ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି ।

BjdElectrycity

୨୦୧୮ରେ ଶୁଭେନ୍ଦୁଙ୍କ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା । ଏଥିନେଇ ପଶ୍ଚିମବଙ୍ଗ ସିଆଇଡି ତାଙ୍କୁ ହାଜର ହେବାକୁ ସମନ ଜାରି କରିଥିଲା । ଶୁଭେନ୍ଦୁ ବିରୋଧୀ ଦଳର ନେତା ହୋଇଥିବାରୁ ପୋଲିସ ତାଙ୍କୁ ଜେରା କରିବାକୁ ଚାହିଁଲେ ସ୍ଥାନ ଓ ସମୟ ସେ ନିର୍ଦ୍ଧାରଣ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି ।

Leave A Reply

Your email address will not be published.