Latest Odisha News

କ୍ଷମା ମାଗିଲେ ତାଣ୍ଡବ ନିର୍ଦ୍ଦେଶକ ଅଲୀ ଆବାସ ଜାଫର

ମୁମ୍ବାଇ:ସୈଫ ଅଲି ଖାଁ ଅଭିନୀତ ୱେବ ସିରିଜ ତାଣ୍ଡବ ଆରମ୍ଭରୁ ବିବାଦ ସୃଷ୍ଟି କରି ସାରିଛି । ହିନ୍ଦୁ ଧର୍ମର ଦେବ ଏବଂ ଦେବୀ ଏହି ସିରିଜରେ ଉପହାସ କରାଯିବା ସହ ଜାତିବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଥିଲା । ଅଭିନେତା ସୈଫ, ଡିମ୍ପଲ କାପାଡିଆ ଓ ସୁନୀଲ ଗ୍ରୋଭରଙ୍କ ସମେତ ୩୨ ଜଣଙ୍କ ବିରୋଧରେ କେସ ରୁଜୁ କରାଯାଇଥିଲା ।

ସୋସିଆଲ ସାଇଟରେ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଶେଷରେ ଏହାର ନିର୍ଦ୍ଦେଶକ ଅଲୀ ଆବାସ ଜାଫର ଟୁଇଟରରେ କ୍ଷମା ପ୍ରାର୍ଥନା କରିଛନ୍ତି । କୌଣସି ବ୍ୟକ୍ତି କିମ୍ବା ଧର୍ମକୁ ଆଘାତ ପଂହଚାଇବା ଆମର ଉଦ୍ଦେଶ୍ୟ ନାହିଁ । ଯଦି କାହାକୁ ଆମେ ଆଘାତ ଦେଇଛୁ ତାହାହେଲେ ମୁଁ ଦୁଃଖିତ ଏବଂ କ୍ଷମା ମାଗୁଛି ବୋଲି ଟୁଇଟ କରିଛନ୍ତି । ତାଣ୍ଡବ ଏକ କାଳ୍ପନିକ ଷ୍ଟୋରୀ । ସତ୍ୟତା ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ।

Comments are closed.