Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା : ଲାଞ୍ଚ ନେଇ ଧରାପଡ଼ିଲେ

ବଲାଙ୍ଗିର : ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ନେଇ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା । ବଲାଙ୍ଗିର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲର ଭାରପ୍ରାପ୍ତ ପ୍ରିନ୍ସିପାଲଙ୍କୁ ଧରିଛି ସମ୍ବଲପୁର ଭିଜିଲାନ୍ସ ଡିଭିଜନ । ୮୦ ହଜାର ଟଙ୍କା ଲାଞ୍ଚ ମାଗିବା ସହ ଟଙ୍କା ନେବା ବେଳେ ଗିରଫ କରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ବଙ୍ଗମୁଣ୍ଡା ଥାନା ଗୋହିରପଦର ଗାଁର ଦୋଳମଣି ମେହେର ଲାଇବ୍ରେରିଆନ ଭାବେ କାମ କରୁଥିଲେ । କିନ୍ତୁ କୌଣସି ଦରଖାସ୍ତ ନଦେଇ ଦୋଳମଣି ଛୁଟିରେ ରହିଥିବାରୁ କାରଣ ଦର୍ଶାଅ ନୋଟିସ ମାଗିବା ସହ ଚାକିରିରୁ ବହିଷ୍କାର କରିବାକୁ ଧମକ ଦେଇଥିଲେ ମୀନତି ରଥ । ଏପରିକି ଲାଞ୍ଚ ଦେବାକୁ ବି ଚାପ ପକାଇଥିଲେ । କିନ୍ତୁ ଏନେଇ ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ ଅଭିଯୋଗ କରିଥିଲେ ଦୋଳମଣି । ଯୋଜନା ମୁତାବକ ଆଜି ମୀନତି ରଥ ଲାଞ୍ଚ ବାବଦ ୮୦ ହଜାର ଟଙ୍କା ନେବା ବେଳେ ଗିରଫ କରିଥିଲା ଭିଜିଲାନ୍ସ । ଏହି ଘଟଣାରେ ଭାରପ୍ରାପ୍ତ ଅଧ୍ୟକ୍ଷା ମୀନତି ରଥଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ଲାଞ୍ଚ ବାବଦ ଟଙ୍କା ଜବତ ହୋଇଥିବା ବେଳେ, ଘଟଣାର ତଦନ୍ତ କରୁଛି ଭିଜିଲାନ୍ସ ।

Leave A Reply

Your email address will not be published.