Latest Odisha News

ଏଥର ୱେଡିଙ୍ଗ ସିଜିନରେ ହେବ ଭଲ ବ୍ୟବସାୟ, ଜାଣନ୍ତୁ କଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ଅକ୍ଟୋବର ମାସ ଆରମ୍ଭ ହେବା ସହ ଆରମ୍ଭ ହୋଇଛି ପାର୍ବଣ ଋତୁ । ପାର୍ବଣ ଋତୁ ଶେଷ ହେବା ସହିତ ଆରମ୍ଭ ହୋଇଯିବ ୱେଡିଙ୍ଗ୍ ସିଜିନ । ଚଳିତ ବର୍ଷ ନଭେମ୍ବର-ଡିସେମ୍ବର, ୨୦୨୪ ମଧ୍ୟରେ ପ୍ରାୟ ୪୮ ଲକ୍ଷ ବିବାହ ହେବାକୁ ଯାଉଛି। ଏଥିପାଇଁ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଚଳିତ ବର୍ଷର ୱେଡିଙ୍ଗ୍ ସିଜିନରେ ଭାରତୀୟ ଅର୍ଥନୀତି ଏବଂ ବ୍ୟବସାୟୀମାନେ ବହୁତ ଲାଭ ପାଇବେ । ଏପରିକି ଅଧିକାଂଶ ବିବାହରେ ଭାରତୀୟ ସାମଗ୍ରୀ ବ୍ୟବହାର ହେବା ନେଇ ଆଶା ପ୍ରକାଶ କରିଛନ୍ତି ଅନେକ ବ୍ୟବସାୟୀମାନେ ।

ନଭେମ୍ବର ୧୨, ୨୦୨୪ରୁ ଆରମ୍ଭ ହେବାକୁ ଯାଉଛି ୱେଡିଙ୍ଗ ସିଜିନ । କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ ଚଳିତ ବର୍ଷ ୱେଡିଙ୍ଗ ସିଜିନରେ ସାମଗ୍ରୀ ଏବଂ ସେବା ଖୁଚୁରା ବ୍ୟବସାୟରେ ପ୍ରାୟ ୫.୯ ଲକ୍ଷ କୋଟି ଟଙ୍କା ବ୍ୟବସାୟ ହୋଇପାରିବ। ଗତ ବର୍ଷର ରିପୋର୍ଟ ଅନୁସାରେ, ହୋଇଥିବା ପ୍ରାୟ ୩୫ ଲକ୍ଷ ବିବାହରୁ ମୋଟ ୪.୨୫ ଲକ୍ଷ କୋଟି ବ୍ୟବସାୟ ହୋଇଥିଲା । ଗତବର୍ଷ ବିବାହ ପାଇଁ ୧୧ଟି ଶୁଭ ସମୟ ଥିବା ବେଳେ ଚଳିତ ବର୍ଷ ୧୮ଟି ଶୁଭ ସମୟ ଅଛି । ଏହା ଦ୍ଵାରା ବ୍ୟବସାୟ ମଧ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି । କେଟ୍ ରିପୋର୍ଟ ଅନୁସାରେ, ଚଳିତ ବର୍ଷ କେବଳ ଦିଲ୍ଲୀରେ ହେବାକୁ ଥିବା ୪.୫ ଲକ୍ଷ ବିବାହରୁ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବାର ଆକଳନ କରାଯାଇଛି।

ଚଳିତ ବର୍ଷ ୱେଡିଙ୍ଗ ସିଜିନ ନଭେମ୍ବର ୧୨ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ଶେଷ ହେବ । ନଭେମ୍ବରରେ ଥିବା ଶୁଭ ଦିନ ଗୁଡିକ ହେଉଛି ୧୨, ୧୩, ୧୭, ୧୮, ୨୨, ୨୩, ୨୫, ୨୬, ୨୮ ଏବଂ ୨୯ । ସେହିପରି ଡିସେମ୍ବରରେ ଥିବା ଶୁଭଦିନ ଗୁଡିକ ହେଉଛି ୪, ୫, ୯, ୧୦, ୧୧, ୧୪, ୧୫ ଏବଂ ୧୬ । ଏହା ପରେ ବିବାହ କାର୍ଯ୍ୟକ୍ରମ ପ୍ରାୟ ଏକ ମାସ ପାଇଁ ବନ୍ଦ ହୋଇ ଜାନୁଆରୀ ମଧ୍ୟଭାଗରୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ହେବ ।

ସାଧାରଣତଃ ୱେଡିଙ୍ଗ ସିଜିନରେ ପୋଷାକ, ଶାଢି, ଲେହେଙ୍ଗା, ଅଳଙ୍କାର, ଇଲେକ୍ଟ୍ରୋନିକ୍ସ, ବୈଦ୍ୟୁତିକ ଉପକରଣ, ଶୁଖିଲା ଫଳ, ମିଠା, ନମକିନ୍, ଖାଦ୍ୟ ସାମଗ୍ରୀ, ପନିପରିବା ଏବଂ ଉପହାରର ବିକ୍ରି ବୃଦ୍ଧି ପାଇଥାଏ। ଏହା ବ୍ୟତୀତ ଭୋଜି ହଲ୍, ହୋଟେଲ, ବିବାହ ଘର, ଇଭେଣ୍ଟ ମ୍ୟାନେଜମେଣ୍ଟ, ଟେଣ୍ଟ ସଜାଇବା, କ୍ୟାଟରିଂ ସେବା, ଫୁଲ ସାଜସଜ୍ଜା, ପରିବହନ, କ୍ୟାବ ସେବା, ଫଟୋଗ୍ରାଫି, ଭିଡିଓଗ୍ରାଫି, ଅର୍କେଷ୍ଟ୍ରା, ବ୍ୟାଣ୍ଡ, ଲାଇଟ ଏବଂ ସାଉଣ୍ଡର ଚାହିଦା ମଧ୍ୟ ବଢିଥାଏ ।

 

Leave A Reply

Your email address will not be published.