Latest Odisha News

BREAKING NEWS

ରାଜଧାନୀରେ ଅକସ୍ମାତ ବୃଷ୍ଟିପାତ; ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଏହିସବୁ ସ୍ଥାନରେ ହେବ ବର୍ଷା !

ଭୁବନେଶ୍ୱର: ରାଜଧାନୀରେ ବୁଧବାର ଦିନ ଅପରାହ୍ନରେ ହଠାତ୍ ଝଡ଼ବର୍ଷା ହେବାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଥିଲେ । ଅପରାହ୍ନରେ ହୋଇଥିବା ଏହି ମୂଷଳଧାରାର ବର୍ଷା ରାଜଧାନୀକୁ ସମ୍ପୂର୍ଣ୍ଣ ଧୋଇ ଦେଇଥିଲା ।

ଦିନ ପ୍ରାୟ ୨ଟା ବେଳକୁ ଭୁବନେଶ୍ୱର ପାଗ କ୍ରମେ ବଦଳିବାକୁ ଲାଗିଥିଲା । ହଠାତ୍ କଳାହାଣ୍ଡିଆ ମେଘ ଯୋଗୁଁ ପ୍ରସ୍ତୁତ ନଥିବା ପଥଚାରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ ।

କିଛି ସ୍ଥାନମାନଙ୍କରେ କୁଆପଥର ବୃଷ୍ଟି ହୋଇଥିବାର ଖବର ମିଳିଥିବା ବେଳେ ଅନେକ ସ୍ଥାନରେ ପବନ ଯୋଗୁଁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡ଼ିଛି ।

ବର୍ତ୍ତମାନ ଆକାଶ ସଫା ରହିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି ଯେ, ଆଗାମୀ କିଛି ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନମାନଙ୍କରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଯଥେଷ୍ଟ ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦିନ ୩ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ରାଜ୍ୟର ଅନୁଗୁଳ, କଟକ (କଟକ ସହର ସମେତ), ଖୋର୍ଦ୍ଧା (ଭୁବନେଶ୍ୱର ସହର ସମେତ), ଜଗତସିଂହପୁର, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ କୋରାପୁଟ ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସମୟରେ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.