ରାୟଗଡ଼ା: ଜିଲ୍ଲାରେ କରୋନା ସଂକ୍ରମଣ ବଢୁଛି । ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ଆସନ୍ତାକାଲିଠୁ ସଟଡାଉନ୍ ରହିବ । ସପ୍ତାହେ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।
ଆସନ୍ତାକାଲି ସକାଳୁ ଲାଗୁ ହେବ ସଟଡାଉନ୍ । ଏହି ସମୟରେ କଣ୍ଟାକ୍ଟ ଟ୍ରେସିଂ ଚାଲିବ । ଯଦି କାହାର କୌଣସି ପ୍ରକାର ଲକ୍ଷଣ ଅଛି ତେବେ ପ୍ରଶାସନକୁ ଜଣାଇବା ପାଇଁ ଅପିଲ କରିଛନ୍ତି ଜିଲ୍ଲାପାଳ । ସାମାଜିକ ଦୂରତା ରକ୍ଷା ସହ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।
ଗତ ୨୪ ଘଣ୍ଟାରେ ରାୟଗଡ଼ା ଜିଲ୍ଲାରୁ ସର୍ବାଧିକ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୨ ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୯କୁ ବୃଦ୍ଧି ପାଇଛି । ୧୪୨ ଜଣ ସୁସ୍ଥ ହୋଇଛନ୍ତି ।
Comments are closed.