Latest Odisha News

BREAKING NEWS

ହାଉସ ଚାମ୍ବରରେ ଶପଥ ନେଲେ ଓଡିଶାର ୪ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ଆଜି ଶପଥ ନେଇଛନ୍ତି ଓଡିଶାର ୪ ନବନିର୍ବାଚିତ ରାଜ୍ୟସଭା ସାଂସଦ। ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି।

ଓଡ଼ଶାର ୪ ସଦସ୍ୟ ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ କୁମାର ଶପଥ ହାଉସ ଚାମ୍ବରରେ ଶପଥ ପାଠ କରିଛନ୍ତି ।ସଂସଦର ଅଧିବେଶନ ଚାଲୁନଥିବାରୁ ରାଜ୍ୟସଭା ହାଉସ ଚାମ୍ବରରେ ନବ ନିର୍ବାଚିତ ସଦସ୍ୟମାନେ ଶପଥ ନେଇଛନ୍ତି । ମାର୍ଚ୍ଚ ୨୬ରେ ଅନୁଷ୍ଠିତ ନିର୍ବାଚନରେ ଏହି ୪ଜଣ ନିରଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ହେଲେ କରୋନା ସ୍ଥିତି ଓ ଲକଡାଉନ ପାଇଁ ଦିଲ୍ଲୀ ଯାଇ ଶପଥ ନେଇପାରିନଥିଲେ ।

ନିକଟରେ ୨୦ ରାଜ୍ୟରୁ ୬୧ସଦସ୍ୟ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି । ଆଜି ଦିନ ୧୧ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସମସ୍ତ କୋଭିଡ କଟକଣା ସହ ଏହି ଶପଥ ଗ୍ରହଣ ସମାରୋହ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.