Latest Odisha News

BREAKING NEWS

ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା ଏନଏସିରେ ସପ୍ତାହିକ ସଟଡାଉନ୍

ମାଲକାନଗିରି: କରୋନା ସଂକ୍ରମଣ ବଢୁଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅଗଷ୍ଟ ୩୧ ଯାଏଁ ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନଏସିରେ ସପ୍ତାହନ୍ତ ସଟଡାଉନ୍ ବଳବତ୍ତର ରହିବ । ସପ୍ତାହର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଆଜିଠାରୁ ସଟଡାଉନ୍ ଲାଗୁ ହୋଇଛି । ସପ୍ତାହର ୮ ଓ ୯ ତାରିଖ, ୧୫ ଓ ୧୬ ତାରିଖ, ୨୨ ଓ ୨୩ ତାରିଖ ଏବଂ ୨୯ ଓ ୩୦ ତାରିଖ ସଟଡାଉନ୍ କଟକଣା ବଳବତ୍ତର ରହିବ ।

ସଟଡାଉନ ବେଳେ ଜରୁରୀ ସେବା ଉପଲବ୍ଧ ହେବ । ବନ୍ଦ ରହିବ ଦୋକାନ ବଜାର ସହ ଗାଡି ଚଳାଚଳ । ସଟଡାଉନ୍ ବେଳେ ଘରୁ ନବାହାରିବା ପାଇଁ ଲୋକଙ୍କୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.