Latest Odisha News

ଶନିଦେବଙ୍କୁ ପ୍ରସନ୍ନ କରିବ ଏହିସବୁ ଉପାୟ !

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନକୁ ଶନି ଦେବଙ୍କ ଲାଗି ସମର୍ପିତ କରାଯାଇଛି । ଶନିଦେବଙ୍କୁ ନ୍ୟାୟର ଦେବତା ଭାବେ ବିବେଚନା କରାଯାଇଥାଏ ।

ଶାସ୍ତ୍ରମତେ ମନୁଷ୍ୟର କର୍ମ ଅନୁସାରେ ଶନି ଦେବ ତାକୁ କର୍ମଫଳ ଦିଅନ୍ତି । ତେବେ ଜାଣନ୍ତୁ, ଶନିଙ୍କ କୃପା ପ୍ରାପ୍ତି ପାଇଁ କେଉଁସବୁ ଉପାୟ ଆପଣାଇବେ ।

ଶାସ୍ତ୍ରାନୁଯାୟୀ ଶନିଙ୍କର ଶୁଭ ଦୃଷ୍ଟି ପଡିବା ଫଳରେ ବ୍ୟକ୍ତି ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂରେଇ ଯିବା ସହ ଧନପ୍ରାପ୍ତି ହୋଇଥାଏ ।

ଶନିଦେବଙ୍କୁ ପ୍ରସନ୍ନ କରିବା ଲାଗି ସୋରିଷ ତେଲ ଦାନ କଲେ ଉତ୍ତମ ଫଳ ମିଳେ ବୋଲି ମାନ୍ୟତା ରହିଛି । ସେଥିପାଇଁ ଗୋଟିଏ ଲୁହାର ପାତ୍ରରେ କିଛି ସୋରିଷ ତେଲ ନେଇ ସେଥିରେ ଏକ ମୁଦ୍ରା ପକାଇ ଅଶ୍ୱତ୍ଥ ଗଛ ମୂଳେ ରଖି ଦିଅନ୍ତୁ ।

ପ୍ରତ୍ୟେକ ଶନିବାର ଦିନ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ହନୁମାନଙ୍କ ନିକଟରେ ହନୁମାନ ଚାଳିଶା ପାଠ କରନ୍ତୁ ।

ଶନି ଦେବଙ୍କ କୃପା ପାଇବା ଲାଗି ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳେ ସୋରିଷ ତେଲର ଏକ ଦୀପ ଜାଳନ୍ତୁ ।

Leave A Reply

Your email address will not be published.