Latest Odisha News

ନକ୍ସଲ ପ୍ରବଣ ପଦମକୋଟା ଗାଁରେ ୪ ଦଶନ୍ଧି ପରେ ବସିଲା ହାଟ

ମାଲକାନଗିରି:ସୀମାନ୍ତ ଛତିଶଗଡ଼ର ଅନେକ ଗ୍ରାମ ନକ୍ସଲ କବଜାରେ ରହିବା ଦ୍ବାରା ବିକାଶ ମୂଳକ କାମ ସେଠାରେ ପହଞ୍ଚିପାରୁନଥିଲା। କିନ୍ତୁ ଏବେ ନାରାୟଣପୁର ଜିଲ୍ଲାର ନକ୍ସଲ ପ୍ରବଣ ପଦମକୋଟା ଗ୍ରାମରେ ପୁଣି ୪ ଦଶନ୍ଧି ପରେ ହାଟ ବସିଲା। ଏଠାରେ ନୂଆ ପୋଲିସ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଏହା ସମ୍ଭବ ହେଇଛି ।

ଆଉ ୫୦ କିଲୋମିଟର ନାରାୟଣପୁର ବଜାରକୁ ଯିବାକୁ ପଡିବ ନାହିଁ ଗ୍ରାମବାସୀଙ୍କୁ । ନିଜ ଅଞ୍ଚଳରେ ସବୁ ଜିନିଷ ମିଳିବ ଏବଂ ଆଗାମୀ ଦିନରେ ଲୋକଙ୍କ ପର୍ବ ମଧ୍ୟ ପାଳନ ହେବ। ଯାହାକୁ ନକ୍ସଲମାନେ ବନ୍ଦ କରିଦେଇଥିଲେ। ପ୍ରତିବର୍ଷ ଏଠାରେ ମେଳା ଲାଗିବ ବୋଲି ପୋଲିସ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛି।

ଏଥିସହ କୁତୁଲ ବେଡମାକୋଟି ଏବଂ ପଦମକୋଟ-ନେଲାଙ୍ଗୁର ରାସ୍ତା ମଧ୍ୟ ଫିଟିଥିବା ସୂଚନା ରହିଛି । ଯାହାକୁ ନକ୍ସଲ ନିଜ କବଜାରେ ରଖିଥିଲେ।

ସୂଚନାଥାଉକି, ନକ୍ସଲମାନେ ଏହି ଅଞ୍ଚଳକୁ ନିଜ କବଜାରେ ନେଇ ଲୋକଙ୍କୁ ବିନା କାରଣରେ ହତ୍ୟା କରି ଚାଲିଥିଲେ। ବହୁ ଲୋକ ଡରରେ ନିଜର ଘରବାଡି ଛାଡି ବିସ୍ଥାପିତ ମଧ୍ୟ ହୋଇଛନ୍ତି। ନକ୍ସଲଙ୍କର ସମସ୍ତ ନିୟମ କାନୁନରେ ଗାଁ ପରିଚାଳିତ ହେଉଥିଲା। ଏଥିସହ ସାପ୍ତାହିକ ହାଟଗୁଡିକକୁ ମଧ୍ୟ ନକ୍ସଲ ବନ୍ଦ କରିଦେଇଥିଲେ।

Comments are closed.