ଯାଜପୁର: ଯାଜପୁର ଜିଲ୍ଲାରେ ଜାରି ରହିଛି ସାପ୍ତାହିକ ସଟଡାଉନ କଟକଣା। ଜୁଲାଇ ମାସର ପ୍ରଥମ ସପ୍ତାହରେ ଏହି ସଟଡାଉନ କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି । ଜିଲ୍ଲାର ୧୦ ଟି ବ୍ଲକ୍ ଓ ୨ ଟି ପୌରାଞ୍ଚଳ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ପ୍ରାୟ ସବୁ ଛକ ଜାଗା ମାନଙ୍କରେ ପୋଲିସ୍ ମୁତୟନ ରହିଛନ୍ତି । ପୋଲିସ୍ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ବାରା ଚେକିଂ ଓ ବ୍ଲକିଂକୁ କଡାକଡି କରାଯାଇଛି । ଅତ୍ୟାବଶ୍ୟକ ସେବା ବ୍ୟତୀତ ସାଧାରଣ ଭାବେ ଯାନବାହାନ ଚଳାଚଳ ବନ୍ଦ ରହିଛି । ସେହିପରି ସମସ୍ତ ଜାଗାରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଫଳରେ ସହର ବଜାର, ରାସ୍ତାଘାଟ ଖାଁ ଖାଁ ଲାଗୁଛି । ସେପଟେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଉଭୟ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାବାସୀଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି । ଆଜି ମଧ୍ୟ ଜିଲ୍ଲାରେ ୨୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ୍ ସୁଦ୍ଧା ମୋଟ୍ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫୬୬ ରେ ପହଞ୍ଚିଛି । ସେପଟେ ଜିଲ୍ଲାର ୩୯୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ୍ ୧୬୭ ଟି ଆକ୍ଟିଭ କେସ ରହିଛି। ତେଣେ ଗତ ଦେଢମାସ ମଧ୍ୟରେ ୨୫ ହଜାରରୁ ଉର୍ଦ୍ଧ ପ୍ରବାସୀ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି।
BREAKING NEWS
- Party Switch: ୧୧୧ ସାଂସଦ-ବିଧାୟକ ବଦଳାଇଛନ୍ତି ଦଳ, ବିଜେପିରେ ୨୯ ଜଣ…ଜାଣନ୍ତୁ ସବୁଠୁ ବେଶୀ କେଉଁ ଦଳ ଛାଡିଛନ୍ତି ନେତା?
- ଖୋଲିଲା ହୀରାକୁଦର ଆଉ ୨ ଗେଟ୍, ୨୨ ଗେଟରେ…
- ଲଗାଣ ବର୍ଷାରେ ଉବୁଟୁବୁ ଉତ୍ତରପ୍ରଦେଶ; ୧୭ ମୃତ, ଅନେକ ଗାଁ ଜଳବନ୍ଦୀ
- UNSC ସ୍ଥାୟୀ ସଦସ୍ୟପଦ: ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ
- ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା ଜଳସ୍ତର, ବଢୁଛି ବନ୍ୟା ଆଶଙ୍କା
- ରବିବାର ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣିରଖନ୍ତୁ…
- Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ
- ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ଧର୍ମଘଟ ବେଳେ ମାଗଣାରେ ଏଟିଏମ୍ରୁ ଉଠାଇ ପାରିବେ ଟଙ୍କା, ଲାଗିବନି ଏକ୍ସଟ୍ରା ଚାର୍ଜ
- ଶସ୍ତା ଇନ୍ଧନ ଓ କମ୍ ପ୍ରଦୂଷଣ: ଖୁବଶୀଘ୍ର ରାସ୍ତାକୁ ଓହ୍ଲାଇବ ଶହେ ପ୍ରତିଶତ ଇଥାନଲ୍ ଚାଳିତ ଗାଡ଼ି
- ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ଟ୍ରେନ୍ରେ ଲାଗିବ ଅତିରିକ୍ତ ବଗି

Comments are closed.