ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ୱେଲକମ ଟୁ ଜଙ୍ଗଲର ଶୁଟିଂ ବନ୍ଦ ହୋଇପାରେ । ସୋମବାର ଫେଡେରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ ଭାୟାକମ ୧୮ର ସିଇଓ ଜ୍ୟୋତି ଦେଶପାଣ୍ଡେ ଓ ୱେଲକମ ୩ର କଳାକାର ଏବଂ ଟେକ୍ନିସିଆନଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ଫିଲ୍ମର ନିର୍ମତା ଅନୀମ ଅଜମି ସେମାନଙ୍କ ବକେୟା ଦେୟ ଏ ପର୍ଯ୍ୟନ୍ତ ପୈଠ କରି ନାହାନ୍ତି । ତାଙ୍କ ଚେକ ବାଉନ୍ସ ହୋଇଛି । ଫିରୋଜଙ୍କ ବିରୋଧରେ ସେମାନେ ଅସହଯୋଗ ପତ୍ର ଜାରୀ କରିଛନ୍ତି । ୱେଲକମ ୨ର ଟେକ୍ନିସିଆନ ଓ କଳାକାରଙ୍କ ଦେୟ ନ ଦେବା ପର୍ଯ୍ୟନ୍ତ ଆପଣମାନେ ଶୁଟିଂରେ ଯୋଗ ଦିଅନ୍ତୁ ନାହିଁ ବୋଲି ଫେଡେରେଶନ ପକ୍ଷରୁ ଅନୁରୋଧ କରାଯାଇଛି ।
୮ ବର୍ଷ ହେବ ସେ ଅର୍ଥ ଦେଉ ନାହାନ୍ତି ବୋଲି ସେମାନେ କହିଛନ୍ତି । ଅନୀସ ମଧ୍ୟ ସେମାନଙ୍କ ଦେୟ ମିଳିବା ଉଚିତ ବୋଲି କହିଛନ୍ତି । ଅନ୍ଧେରୀ କୋର୍ଟରେ ଚେକ ବାଉନ୍ସ କେସ ୬ ବର୍ଷ ଧରି ଚାଲିଛି । ଏହାର ଫଳାଫଳ ଆସିବା ପରେ ଯାହା କିଛି ହେବ । ବର୍ତମାନ ଫିଲ୍ମର ଶୁଟିଂ ଆରମ୍ଭ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି ।
Comments are closed.