Latest Odisha News

BREAKING NEWS

କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ ରୋଗୀ ସହ ୩ ମୃତ

କଟକ: ଟାଙ୍ଗୀ ବନ୍ଦୋଳୋ ଟୋଲ୍ ଗେଟ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଏକ କଣ୍ଟେନରକୁ ଧକ୍କା ଦେଇଛି । ସୂଚନା ଅନୁସାରେ ଆମ୍ବୁଲାନ୍ସଟି ରୋଗୀ ନେଇ ପଶ୍ଚିମବଙ୍ଗରୁ ଆସୁଥିଲା । ଭୋର୍ ସମୟରେ ଆମ୍ବୁଲାନ୍ସଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କଣ୍ଟେନରକୁ ଧକ୍କା ଦେଇଥିଲା ।

ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ସହ ୨ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ମହିଳା ଗୁରୁତର ଥିବାବେଳେ ସେମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.