Latest Odisha News

BREAKING NEWS

ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ

କୋଲକାତା: ପଶ୍ଚିମବଙ୍ଗ ଓ ଆସାମରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ବାଙ୍କୁରା, ପୁରୁଲିଆ, ଝାରାଗ୍ରାମ ଓ ପୂର୍ବ ମେଦିନୀପୁର ଜିଲ୍ଲାର ୩୦ଟି ଆସନ ଓ ଆସାମର ୪୭ଟି ଆସନରେ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ଯାଏ ଭୋଟ୍ ଗ୍ରହଣ କରାଯିବ । ସେହିଭଳି ଆସାମରେ ଭୋଟିଂ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ହେବ ।

West Bengal And Assam Phase One Election Voting Started

ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଓ ଆସାମବାସୀଙ୍କୁ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଟ୍ୱିଟ୍ କରିଛନ୍ତି ।

୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ସେହିଭଳି ୧୨୬ ଆସନ ବିଶିଷ୍ଟ ଆସାମରେ ୩ଟି ପର୍ଯ୍ୟାୟରେ ଭୋଟ୍ ହେବ । ପ୍ରଥମ ପର୍ଯ୍ୟାୟରେ ଉପରୀ ଆସାମ ଓ ବ୍ରହ୍ମପୁତ୍ରର ଉତ୍ତର ଭାଗରେ ଥିବା ୧୨ ଜିଲ୍ଲାର ୪୭ଟି ବିଧାନସଭା ଆସନରେ ମତଦାନ ଚାଲିଛି । ପଶ୍ଚିମବଙ୍ଗରେ ଟିଏମସି ସହ ବିଜେପିର କଡ଼ା ଟକ୍କର ହେଉଛି । କୋଭିଡ୍ କଟକଣା ମଧ୍ୟରେ ଉଭୟ ରାଜ୍ୟରେ ଚାଲିଛି ମତଦାନ ।

Leave A Reply

Your email address will not be published.