Latest Odisha News

BREAKING NEWS

କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୨ ଜଣଙ୍କୁ ନିଯୁକ୍ତି ଦେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦରେ ଉଚ୍ଚଶିକ୍ଷା ବିଭାଗ ୨ ଜଣଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛି । ଏମାନେ ନିଯୁକ୍ତି ତାରିଖ ଠାରୁ ୬ ବର୍ଷ ଯାଏ ଅଥବା ୭୦ ବର୍ଷ ବୟସ ହେବା ଯାଏ କାର୍ଯ୍ୟ କରିବେ ।

ପଣ୍ଡିତ ରବି ଶଙ୍କର ଶୁକ୍ଲା ବିଶ୍ୱ ବିଦ୍ୟାଳୟ ରାୟପୁରରେ ବାୟୋ-ସାଇନ୍ସ ପ୍ରଫେସର ଥିବା ଡକ୍ଟର ଅତନୁ ପତି ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ଇତିହାସ ଅଧ୍ୟାପକ ଡକ୍ଟର ସୁସ୍ମିତ ପ୍ରସାଦ ପାଣିଙ୍କୁ ଉଚ୍ଚଶିକ୍ଷା ବିଭାଗ ନିଯୁକ୍ତି ଦେଇଛି । ପଣ୍ଡିତ ରବି ଶଙ୍କର ଶୁକ୍ଲା ବିଶ୍ୱ ବିଦ୍ୟାଳୟ ରାୟପୁରରେ ବାୟୋ-ସାଇନ୍ସ ପ୍ରଫେସର ଥିବା ଡକ୍ଟର ଅତନୁ ପତିଙ୍କ କାର୍ଯ୍ୟକାଳ ଚଳିତ ମାସ ୩୧ ତାରିଖରେ ସରୁଛି ।

ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦରେ ଡକ୍ଟର ଅତନୁ ପତି ଓ ଡକ୍ଟର ସୁସ୍ମିତ ପ୍ରସାଦ ପାଣିଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଭତ୍ତା ବାଦ୍ ମାସିକ ୧ ଲକ୍ଷ ଟଙ୍କା ଲେଖାଏଁ ଦରମା ଉଭୟଙ୍କୁ ମିଳିବ । ଏହାଛଡ଼ା ସରକାରୀ ଗାଡ଼ି ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।

Leave A Reply

Your email address will not be published.