Latest Odisha News

BREAKING NEWS

କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ମୋଦିଙ୍କ ବିରାଟ ରାଲି, ସାମିଲ ହେବେ ମିଥୁନ୍ ଚକ୍ରବର୍ତ୍ତୀ

କୋଲକାତା: ପଶ୍ଚିମବଙ୍ଗରେ ବଢ଼ିଛି ନିର୍ବାଚନ ଉଷ୍ଣତା । ଟିଏମସି-ବିଜେପିର ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଆଜି ବିଜେପିର ପ୍ରଚାର ଅଭିଯାନରେ ଶକ୍ତି ଯୋଗାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ବିରାଟ ରାଲି କରିବେ । ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ପରିବର୍ତ୍ତନ ଯାତ୍ରାର ଉଦଯାପନୀ ଅବସରରେ ଏହି ରାଲି ଆୟୋଜିତ ହେଉଛି । କୁହାଯାଉଛି ମୋଦିଙ୍କ ବ୍ରିଗେଡ ଗ୍ରାଉଣ୍ଡ ରାଲିରେ ଅଦ୍ଭୁଦପୂର୍ବ ଜଗସମାଗନ ହେବ ।

ସେହିପରି ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ପରେ ଏହା ହେଉଛି ବିଜେପିର ପ୍ରଥମ ବଡ଼ ରାଲି । ତେବେ ସମସ୍ତଙ୍କ ନଜର ରହିଛି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଉପରେ । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ମୋଦିଙ୍କ ସହ ରାଲିରେ ଉପସ୍ଥିତ ରହିବେ ମିଥୁନ୍ ଚକ୍ରବର୍ତ୍ତୀ ।

ଚର୍ଚ୍ଚା ହେଉଛି ଆଜି ମୋଦିଙ୍କ ଉପସ୍ଥିତିରେ ସେ ପଦ୍ମ ଧରି ପାରନ୍ତି । ଗତକାଲି କୈଳାସ ବିଜୟବର୍ଗୀୟ ମିଥୁନଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ପୂର୍ବରୁ ବି ମିଥୁନଙ୍କୁ ସାକ୍ଷାତ କରିଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ । ଆଜି ରାଲି ପରେ ଜଣା ପଡ଼ି ପୁଣି ଥରେ ମିଥୁନ୍ ପଲିଟିକ୍ସକୁ କମବ୍ୟାକ୍ କରୁଛନ୍ତି କି ନାହିଁ ।

ପଶ୍ଚିମବଙ୍ଗରେ ଏଥର ଟିଏମସି ଓ ବିଜେପି ମଧ୍ୟରେ ବିଗ୍ ଫାଇଟ୍ ହେବ । ବିଜେପି ସରକାର ଗଠନ ନେଇ ଅଭିଯାନକୁ ଜୋରଦାର କରିଥିବା ବେଳେ ମମତା ବାନାର୍ଜୀଙ୍କ ଟିଏମସି ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛି । ରାଜନୈତିକ ବାକଯୁଦ୍ଧ ଭିତରେ ପଶ୍ଚିମବଙ୍ଗ ବ୍ୟାଟଲ ଗ୍ରାଉଣ୍ଡ କମ୍ପିବାରେ ଲାଗିଛି ।

Leave A Reply

Your email address will not be published.