Latest Odisha News

BREAKING NEWS

ପିସିଆର ଗାଡ଼ି ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଜଣ ଗିରଫ

ଭୁବନେଶ୍ୱର: ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଗାଡ଼ି ଭଙ୍ଗାରୁଜା କରିବା ଓ ଅଭିଯୁକ୍ତଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ । ସିସିଟିଭି ଫୁଟେଜ୍ ଆଧାରରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ଦିନ ପ୍ରାୟ ୧୨ଟା ବେଳେ ସିଆରପି କ୍ୟାମ୍ପସ ନିକଟରେ ପିସିଆର ଗାଡ଼ି ଭଙ୍ଗାରୁଜା ସହ ଦୁଇ ଅଭିଯୁକ୍ତଙ୍କୁ ମାଡ଼ ହୋଇଥିଲା ।

ଗତକାଲି ମଧ୍ୟାହ୍ନରେ ସିଆରପି ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ଦୁଇ ଭାଇ ଜଣେ ଯୁବକଙ୍କୁ ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ହାଣି ହତ୍ୟା କରିଥିଲେ । ମୃତକ ହେଲେ ସାଲିଆସାହି ଜନତାନଗରର ଟୁକୁନା ସାହୁ । ତାଙ୍କୁ ହତ୍ୟା କରିଥିଲେ ସାଲିଆସାହିର ଦୁଇ ଭାଇ ସୁଧୀର ପୃଷ୍ଟି ଓ ସାଗର ପୃଷ୍ଟି ।

ଟୁକୁନାଙ୍କୁ ଦୁଇ ଭାଇ ହତ୍ୟା କରିବା ଦେଖିବା ପରେ ରାସ୍ତାରେ ଯାଉଥିବା ଲୋକ ଦୁଇ ଭାଇଙ୍କୁ ନିସ୍ତୁକ ପିଟିଥିଲେ । ପୋଲିସ ଉପସ୍ଥିତିରେ ମାରପିଟ କରିଥିଲେ କିଛି ଉତ୍ୟକ୍ତ ଲୋକ । ଦୁଇ ଭାଇଙ୍କୁ ଗୁରୁତର ଅବସ୍ଥାରେ ହସ୍ପଟାଲରେ ଭର୍ତ୍ତି କରାଯାଇଥିଲା । ପିସିଆର ଗାଡ଼ିକୁ ଭଙ୍ଗାରୁଜା କରି ଦୁଇ ଭାଇଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଅଧିକ ଖୋଳତାଡ ଜାରି ରଖିଛି ନୟାପଲ୍ଲୀ ଥାନା ପୋଲିସ ।

Leave A Reply

Your email address will not be published.