କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ଟିଏମସି ମଧ୍ୟରେ ଶବ୍ଦ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ କୈଲାଶ ବିଜୟଭର୍ଗିଆ ଏବଂ ଦିଲୀପ ଘୋଷଙ୍କୁ ଟାର୍ଗେଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ବିଜେପିର ବଙ୍ଗଳା ଦାୟିତ୍ୱରେ ଥିବା କୈଲାଶ ବିଜୟଭର୍ଗିଆଙ୍କୁ ଜଣେ ବାହାର ଲୋକ ବୋଲି କହିଛନ୍ତି। ଏହା ବ୍ୟତୀତ ସେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷଙ୍କୁ ଗୁଣ୍ଡା ବୋଲି କହିଛନ୍ତି। ଏଥି ସହିତ, ଦିଲୀପ ଘୋଷ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ କଡ଼ା ଜବାବ୍ ଦେଇଚନ୍ତି। ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ଅଭିଷେକ ବାନାର୍ଜୀଙ୍କୁ କହିଛନ୍ତି, ଗୁଣ୍ଡାଗର୍ଦ୍ଦି କଣ ତାହା ଏବେ ମୁଁ କହିବି।
ଅନ୍ୟପକ୍ଷରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମମତା ବାନାର୍ଜୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ମମତା ବାନାର୍ଜୀଙ୍କ ଉପରେ ଶୁଭେନ୍ଦୁ ରାଗିଥିବା କୁହାଯାଉଛି। ତେବେ ଶୁଭେନ୍ଦୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।
Comments are closed.