Latest Odisha News

BREAKING NEWS

କମାଲ କଲେ ୨ ବର୍ଷୀୟା ଝିଅ, ସ୍ମରଣଶକ୍ତିରେ ହାସଲ କଲେ ବିଶ୍ୱରେକର୍ଡ

ହୁଗୁଳି: ମାତ୍ର ୨ ବର୍ଷ ବୟସରେ ହୁଗୁଳିର ଅଧିଷ୍ଠାତ୍ରୀ ବିଶ୍ୱାସଙ୍କ କାରନାମା ବିଶ୍ୱାସ କରି ହେଉ ନାହିଁ । ସେ ପୁଣି ସ୍ମରଣଶକ୍ତିରେ ହାସଲ କରିଛନ୍ତି ବିଶ୍ୱରେକର୍ଡ । ଯେଉଁ ବୟସରେ ପିଲାମାନେ ତାଙ୍କ ନାମ ଠିକରେ ଉଚ୍ଚାରଣ କରିପାରିନ୍ତି ନାହିଁ ସେ ବିଷୟରେ ସେ ଅନର୍ଗଳ ଅନେକଗୁଡିଏ ଶବ୍ଦ ଓ ସଂଖ୍ୟା କହିପାରୁଛନ୍ତି । ଅଧିଷ୍ଠାତ୍ରୀ ମାତ୍ର ୨ ମିନିଟରେ ଏରୁ ଜେଡ ସହିତ ବିଭିନ୍ନ ଅଟୋମୋବାଇଲ କମ୍ପାନୀଗୁଡିକର ନାମ ପ୍ରାଞ୍ଜଳ ଭାବେ ଉଚ୍ଚାରଣ କରିପାରୁଛନ୍ତି । ଏହା ପୂର୍ବରୁ ସେ ଜାତୀୟ ରେକର୍ଡ ମଧ୍ୟ କରିଥିଲେ । କାର ଓ ବାଇକର ନାମ ଦର୍ଶାଉଥିବା ଏରୁଜେଡ ଅକ୍ଷରଗୁଡିକୁ ଦ୍ରୁତ ଉଚ୍ଚାରଣ କରି ୱାର୍ଲ୍ଡ ରେକର୍ଡସ ଅଫ ଏକ୍ସିଲେନ୍ସରେ ଅଧିଷ୍ଠାତ୍ରୀଙ୍କୁ ପ୍ରମାଣପତ୍ର ମଧ୍ୟ ବିଳିଛି । ସେ କିପରି ଏହା ମନେ ରଖୁଛନ୍ତି ତାହା ଏକ ରହସ୍ୟରେ ପରିଣତ ହୋଇଛି ।

ତାଙ୍କ ମାଆଙ୍କ କହିବା ଅନୁସାରେ ପିଲାବେଳେୁ ତାକୁ କେହି କିଛି କହି ନ ଥିଲେ ମଧ୍ୟ ସେ ଅକ୍ଷର ଚିହ୍ନିବା ଆରମ୍ଭ କରିଥିଲା । ଏହା ପରେ ଅଟୋମୋବାଇଲ ନାମଗୁଡିକ ସହଜରେ ମନେ ରଖିପାରୁଥିଲା । ତାର ଏହି ଗୁଣ ଦେଖି ଆମେ ତାକୁ ଉତ୍ସାହିତ କରିଥିଲୁ । ତାର ସ୍ମରଣଶକ୍ତି ପ୍ରଖର ଥିବାରୁ ସେ ଭଲ ପାଠ ପଢ଼ିବ ବୋଲି ଆମେ ଆଶା କରି ବସିଛୁ ।

Leave A Reply

Your email address will not be published.