Latest Odisha News

BREAKING NEWS

ହକି ବିଶ୍ୱକପ୍ ବେଳେ ଓଡ଼ିଶାରେ କେମିତି ରହିବ ପାଗ ?

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ କମିଥିବା ବେଳେ ଆଗକୁ ଶୁଖିଲା ପାଗ ରହିବ । ହକି ବିଶ୍ୱକପ୍ ୧୩ ତାରିଖରୁ ଆରମ୍ଭ ହେଉଥିବା ବେଳେ ପାଣିପାଗ ଆକଳନ କହୁଛି ତାପମାତ୍ରା ବଢ଼ିବ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

୧୩ ତାରିଖ ଯାଏ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଦେଖାଯିବ । ୧୧ ତାରିଖରେ କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ କୁହୁଡ଼ି ଅନୁଭୂତ ହେବ । ସେହିଭଳି ୧୨ ତାରିଖରେ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ ଓ କେନ୍ଦୁଝରରେ କୁହୁ଼ଡ଼ି ଦେଖାଯିବ ।

୧୩ ତାରିଖରେ କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହେବ । ରାତି ତାପମାତ୍ରା ଧିରେ ଧିରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଆଗାମୀ ୩ ଦିନ ମଧ୍ୟରେ ବଢ଼ିବ ।

Leave A Reply

Your email address will not be published.