Latest Odisha News

ମମତା ଦିଦିଙ୍କ ଦାଦାଗିରି : ରାଜ୍ୟପାଳ ହୋଇପାରିବେନି ବିଶ୍ୱବିଦ୍ୟାଳୟ ଚାନ୍ସଲର !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୁରୁବାର ଏକ ନିଷ୍ପତି ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ମମତା ଆକସ୍ମିକ ଭାବେ ଘୋଷଣା କରିଛନ୍ତି ଯେ, ଏଣିକି ରାଜ୍ୟପାଳଙ୍କ ବଦଳରେ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡିକରେ ମୁଖ୍ୟମନ୍ତ୍ରୀ ଚାନ୍ସଲର ରହିବେ । ପଶ୍ଚିମବଙ୍ଗ ବିଧାନସଭାରେ ଏ ନେଇ ଖୁବ୍ ଶୀଘ୍ର ସଂଶୋଧିତ ବିଲ ଉପସ୍ଥାପନ କରାଯିବ । ଗୁରୁବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶିକ୍ଷାମନ୍ତ୍ରୀ ବ୍ରତ୍ୟା ବସୁ ଏହି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ରାଜ୍ୟପାଳ ଜଗଦୀପ ଧନଖର ଓ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତାଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ରାଜ୍ୟପାଳ ରାଜ୍ୟ ସରକାରଙ୍କ ସହମତି ବିନା କୂଳପତି ନିଯୁକ୍ତ କରିଥିବା ଅଭିଯୋଗ ଆସିଛି । ଏହି ଘଟଣା ପରେ ବିବାଦ ପୁଣି ବଢ଼ିବାରେ ଲାଗିଛି । ପୂର୍ବରୁ ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳା ନେଇ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି ।

Comments are closed.