Latest Odisha News

ପୁରୀ ସହରରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ମହିଳା ଗିରଫ

ପୁରୀ: ପୁରୀ ସହରର ବାସେଳୀ ସାହି ଥାନା ଅଧୀନ ନୋଳିଆ ସାହିରୁ ଜଣେ ମହିଳା ବ୍ରାଉନ ସୁଗର ବ୍ୟବସାୟୀ ଗିରଫ ହୋଇଛନ୍ତି । ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ ୪୫ ବର୍ଷୀୟା ସୁନୀତା ନାଏକଙ୍କ ଠାରୁ ୧୧୦ ଗ୍ରାମ୍ ବ୍ରାଉନ ସୁଗର ଓ ୮୦୦ ଟଙ୍କା ଜବତ କରିଛି ।

ମୋବାଇଲ ଅବକାରୀ ସ୍କ୍ୱାଡ୍ କେସ ନଂ- ୧୫/୨୨-୨୩ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତ ସୁନୀତା ନାଏକଙ୍କୁ ଜିଲ୍ଲା ଜେଲକୁ ପଠାଯାଇଛି ।

ଜବତ ବ୍ରାଉନ ସୁଗର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି । ଇନସ୍ପେକ୍ଟର ସଞ୍ଜୟ କୁମାର ପଣ୍ଡା, ଏଏସଆଇ ସୁବାସ ଚନ୍ଦ୍ର ମହାପାତ୍ର ଏବଂ ଅନ୍ୟ ଷ୍ଟାଫ ମାନେ ଚଢ଼ାଉରେ ସାମିଲ ଥିଲେ ।

Leave A Reply

Your email address will not be published.