Latest Odisha News

BREAKING NEWS

ଓବିସି ସଂରକ୍ଷଣ ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ମିଳିଲାନି ଆଶ୍ବସ୍ତି; ତଥ୍ୟ ମାଗିଲେ ସିଜେଆଇ

ନୂଆଦିଲ୍ଲୀ: ୭୭ ଜାତିଙ୍କୁ ଅନ୍ୟ ପଛୁଆ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ କୌଣସି ଆଶ୍ବସ୍ତି ମିଳିନାହାଁ । ପଛୁଆ ବର୍ଗରେ ବିଭିନ୍ନ ଜାତି ଅନ୍ତର୍ଭୁକ୍ତ କରିବା ପାଇଁ ମମତା ବାନାର୍ଜୀ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ଯାହାକୁ ନେଇ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବଙ୍ଗଳା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।

ହେଲେ ଆଜି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ୭୭ ଜାତିଙ୍କୁ ଅନ୍ୟ ପଛୁଆ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ସମ୍ପର୍କରେ ତଥ୍ୟ ମାଗିଛନ୍ତି ଏବଂ ଆୟୋଗ ଏହି ଜାତିଗୁଡ଼ିକୁ ଓବିସି ଶ୍ରେଣୀଭୁକ୍ତ କରିଛନ୍ତି କି ନାହିଁ ବୋଲି ମମତା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ତେବେ ଏ ସମ୍ପର୍କରେ ବଙ୍ଗଳା ସରକାରଙ୍କ ଓକିଲ କୋର୍ଟରେ ପ୍ରଶ୍ନ କରିଛନ୍ତି ଯେ, ହାଇକୋର୍ଟ ରାଜ୍ୟରେ ସରକାର ଚଳାଇବାକୁ ଚାହୁଁଛନ୍ତି କି । ଅନେକ ଜାତିଙ୍କୁ ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ ।

ଓବିସି ତାଲିକାରେ ଅନ୍ତର୍ଭୁକ୍ତ ଥିବା ଏହି ୭୭ ଜାତି ମଧ୍ୟରୁ ଅଧିକାଂଶ ମୁସଲମାନ ରହିଛନ୍ତି । ହାଇକୋର୍ଟ ୨୦୧୦ମସିହାରୁ ପଶ୍ଚିମବଙ୍ଗର ଅନେକ ବିଭାଗକୁ ଦିଆଯାଇଥିବା ଓବିସି ମାନ୍ୟତାକୁ ଗତ ମେ’ ୨୨ ରେ ରଦ୍ଦ କରିଦେଇଥିଲେ । ଏହା ସହ ରାଜ୍ୟରେ ସେବା ଏବଂ ପଦବୀରେ ଥିବା ପଦବୀ ପାଇଁ ଏହି ସଂରକ୍ଷଣକୁ ବେଆଇନ ବୋଲି କହିଥିଲେ ବୋଲି ମମତା ସରକାରଙ୍କ ଓକିଲ କହିଛନ୍ତି ।

Comments are closed.