Latest Odisha News

BREAKING NEWS

ସୁଶାନ୍ତ ସିଂଙ୍କ ମହମ ପ୍ରତିମୂର୍ତ୍ତି ତିଆରି କଲେ ପଶ୍ଚିମବଙ୍ଗର ଏହି ଶିଳ୍ପୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ଶିଳ୍ପୀ ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କର ଏକ ମହମ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଶିଳ୍ପୀ ସୁକାନ୍ତ ରାୟ କହିଛନ୍ତି ଯେ, ସେ ରାଜପୁତଙ୍କୁ ପ୍ରଶଂସା କରିବା ସହ ତାଙ୍କ ସ୍ମୃତିରେ ଏହି ପ୍ରତିମୂର୍ତ୍ତି ତିଆରି କରିଥିବା କହିଛନ୍ତି।

ସୁଶାନ୍ତଙ୍କ ଛଡା, ସୁକାନ୍ତଙ୍କ ଏହି ସଂଗ୍ରହାଳୟରେ ଅଭିନେତା ଅମିତାଭ ବଚ୍ଚନ, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନ୍ୟ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ମହମ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ଶ୍ରୀକାନ୍ତ କହିଛନ୍ତି ଯେ, “ମୁଁ ସୁଶାନ୍ତଙ୍କୁ ବହୁତ ପସନ୍ଦ କରୁଥିଲି। ତାଙ୍କ ମୃତ୍ୟୁ ନିହାତି ପକ୍ଷେ ଦୁର୍ଭାଗ୍ୟଜନକ। ତାଙ୍କ ସ୍ମୃତିରେ, ମୁଁ ମୋର ସଂଗ୍ରହାଳୟରେ ରଖିବା ପାଇଁ ଏହି ପ୍ରତିମୂର୍ତ୍ତି ତିଆରି କରିଛି। ” ଯଦିଓ, ସୁଶାନ୍ତଙ୍କ ପରିବାର ତାଙ୍କ ପ୍ରତିମୂର୍ତ୍ତି ପାଇଁ ଅନୁରୋଧ କରିଛନ୍ତି ତେବେ ମୁଁ ତାଙ୍କ ପାଇଁ ଆଉ ଏକ ନୂତନ ମୂର୍ତ୍ତି ନିର୍ମାଣ କରିବି ବୋଲି ଶିଳ୍ପୀ ଜଣଙ୍କ କହିଛନ୍ତି।

ଲୋକମାନେ ସଂଗ୍ରହାଳୟ ପରିଦର୍ଶନ କରି ମହମ ପ୍ରତିମୂର୍ତ୍ତି ସହିତ ଫଟୋ ଉଠାଉଥିବାର ଦେଖିବାକୁ ମିଳିଛି।

Comments are closed.