ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ଟେଷ୍ଟ କ୍ରିକେଟରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଦଳ ଦ୍ୱିତୀୟ ଇନିଂସରେ ୨୭ ରନରେ ଅଲଆଉଟ ହୋଇ ଯାଇଥିଲା । ଏହା ଟେଷ୍ଟ କ୍ରିକେଟର ଦ୍ୱିତୀୟ ସର୍ବନିମ୍ନ ସ୍କୋର । ନ୍ୟୁଜିଲାଣ୍ଡ ଏବେ ବି ଏହି ଅଲୋଡା ରେକର୍ଡର ଶୀର୍ଷରେ ରହିଛି । ୧୯୫୫ରେ ଇଂଲଣ୍ଡ ୨୬ ରନରେ ନ୍ୟୁଜିଲାଣ୍ଡକୁ ଅଲଆଉଟ କରିଥିଲା । ସେହିପରି ୧୮୯୬ ଓ ୧୯୨୪ରେ ଇଂଲଣ୍ଡ ୩୦ ରନରେ ଦକ୍ଷିଣ ଆଫ୍ରିକାକ ଦୁଇ ଥର ଅଲଆଉଟ କରିଛି । ୧୮୯୯ରେ ଇଂଲଣ୍ଡ ପୂନର୍ବାର ଦକ୍ଷିଣ ଆଫ୍ରିକାକୁ ୩୫ ରନରେ ଅଲଆଉଟ କରିଥିଲା । ଭାରତର ସର୍ବନିମ୍ନ ସ୍କୋର ୩୬ ରହିଛି ।
୨୦୨୦ରେ ଅଷ୍ଟ୍ରେଲିଆର ଆଡିଲେଡରେ ଭାରତ ଘରୋଇ ଦଳ ବିପକ୍ଷରେ ଏହି ସ୍କୋର କରିଥିଲା । ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟରେ ୧୭୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସିରିଜକୁ ୩-୦ରେ କ୍ଲିନ ସୁଇପ କରିଥିଲା । ମିଚେଲ ଷ୍ଟାର୍କ ୭.୩ ଓଭରରେ ୯ ରନ ଦେଇ ୬ଟି ୱିକେଟ ନେଇଥିଲେ । ଏଥିସହ ସେ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ ପୂରଣ କରିଛନ୍ତି । ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଶେନ ୱର୍ଣ୍ଣ, ଗ୍ଲେନ ମ୍ୟାକଗ୍ରା ଓ ନାଥାନ ଲାୟନ ଏହି ସଫଳତା ହାସଲ କରି ସାରିଛନ୍ତି ।
Comments are closed.