ଢ଼ାକା: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଇତିହାସ ରଚିଛି । ଏହି ମ୍ୟାଚରେ କୌଣସି ପେସ ବୋଲରଙ୍କୁ ବ୍ୟବହାର ନ କରି ୱେଷ୍ଟଇଣ୍ଡିଜ ସ୍ପିନରଙ୍କ ସହାୟତାରେ ୫୦ ଓଭର ଶେଷ କରିଥିଲା । ଏହାର ଫାଇଦା ମଧ୍ୟ ୱେଷ୍ଟଇଣ୍ଡିଜକୁ ମିଳିଥିଲା । ବାଂଲାଦେଶ ୭ ୱିକେଟ ବିନିମୟରେ ୨୧୩ ରନ କରିଥିଲା । ପ୍ରଥମ ମ୍ୟାଚରେ ବଲ ସ୍ପିନରଙ୍କୁ ସୁହାଉଥିବାରୁ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ମୁକାବିଲାରେ ଏହାର ଫାଇଦା ଉଠାଇଥିଲା ।
ନ୍ୟୁଜିଲାଣ୍ଡ ବିପକ୍ଷରେ ପୂର୍ବରୁ ଶ୍ରୀଲଙ୍କା ୧୯୯୬ରେ ପୋର୍ଟ ଅଫ ସ୍ପେନରେ ୪୪ ଓଭର ସ୍ପିନ ବୋଲିଂ କରିଥିଲା । ସେ ସମୟରେ ମୁଥୟା ମୁରଲୀଧରନ, ଅରବିନ୍ଦ ଡିସଲଭା, କୁମାର ଧର୍ମସେନା, ଉପୁଲ ଚନ୍ଦନା, ସନଥ ଜୟସୂର୍ଯ୍ୟ ଓ ହାସନ ତିଳକରତ୍ନେ ସମସ୍ତ ଓଭର ବୋଲିଂ କରିଥିଲେ । ଏହି ମ୍ୟାଚରେ ଶ୍ରୀଲଙ୍କା ୩୫ ରନରେ ବିଜୟ ହାସଲ କରିଥିଲା । ଅକୀଲ ହୋସେନ, ରୋଷ୍ଟନ ଚେଜ, ଖେଇରେ ପିୟରେ, ଗୁଡାକେଶ ମୋଟେ ଓ ଅଲିକା ଆଥେଞ୍ଜା ୱେଷ୍ଟଇଣ୍ଡିଜ ପକ୍ଷରୁ ସମସ୍ତ ଓଭର ବୋଲିଂ କରିଥିଲେ ।
Comments are closed.