Latest Odisha News

BREAKING NEWS

ବଲାଙ୍ଗିରରେ କ୍ରିକେଟ୍ ଖେଳିବେ କଳାକାର, ଏକାଠି ହେବେ ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ 

ବଲାଙ୍ଗିର: ବଲାଙ୍ଗିରରେ କ୍ରିକେଟ ଖେଳିବେ କଳାକାର । ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ ଏକତ୍ରିତ ହେବେ । ସେଥିପାଇଁ  ବନ୍ଧୁତାପୂର୍ଣ୍ଣ ସେଲିବ୍ରେଟି ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଏନେଇ ଯାଦବ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । 

ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟକୁ ବଞ୍ଚାଇବାକୁ ହେଲେ ସମସ୍ତ କଳାକାରମାନଙ୍କୁ ଏକତ୍ରିତ ହେବାକୁ ପଡିବ । ଏଣୁ କ୍ରିକେଟ ଜରିଆରେ ପଶ୍ଚିମ ଓଡିଶାର କଳାକାରମାନେ ଏକତ୍ରିତ ହେବେ । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ପାଖାପାଖି ୧୦ରୁ ଅଧିକ କ୍ରିକେଟ ପ୍ରେମୀ କଳାକାର ଭାଗ ନେବେ । ଆସନ୍ତା ମାସର ପ୍ରଥମ ସପ୍ତାହରେ କ୍ରିକେଟ ମ୍ୟାଚ୍ ହେବ ବୋଲି ସମୟ ନିର୍ଦ୍ଦାରଣ କରାଯାଇଛି ।

Leave A Reply

Your email address will not be published.