ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଜୋଜୋ ଓରଫ୍ ଯୋଗେଶଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା ଧମକ । ପତ୍ନୀଙ୍କ ସହ ମନାନ୍ତର ହେବାରୁ ସେ ତାଙ୍କର ଏକ ଷ୍ଟୁଡିଓରେ ଆସି ରହୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗନ ପଏଣ୍ଟରେ ଅପହରଣ କରିଥିଲେ। ଏହାପରେ ବନ୍ଧୁକ ମୁନରେ ଆଉ ଭିଡିଓ ନକରି ସୋଶିଆଲ ମିଡିଆରେ ନପକାଇବାକୁ ଧମକ ଦେଇଥିଲେ। ନହେଲେ ହତ୍ୟାର ଶିକାର ହେବେ ବୋଲି ଦୁର୍ବୃତ୍ତ କହିଥିବା ସେ କହିଛନ୍ତି । ଏପ୍ରିଲ 23ରେ ଏହି ଅପହରଣ ହୋଇଥିଲା ବୋଲି ଅଇଁଠାପଲି ଥାନାରେ ଏତଲା ଦେବା ବେଳେ ଜୋଜୋ ଉଲ୍ଲେଖ କରିଛନ୍ତି।
ଦୁର୍ବୃତ୍ତଙ୍କ ପାଖରୁ ଜୋଜୋ ଏବେ ଖସି ଆସିଛନ୍ତି। ଏହାପରେ ସେ ଏକ ଭିଡିଓ ଅପଲୋଡ କରି ନିଜର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛନ୍ତି। ଭିଡିଓରେ ସେ ସେଦିନର କଥାକୁ ଉଲ୍ଲେଖ କରିଛନ୍ତି। ଷ୍ଟୁ଼ଡିଓରେ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପଲସରରେ ଆସିଥିଲେ। ଏହାପରେ ମୁଣ୍ଡରେ ବନ୍ଧୁକ ରଖି ଆଉ ଭିଡିଓ ନକରିବାକୁ ଧମକ ଦେଇଥିଲେ। ପରେ ଅପହରଣ କରିନେଇଥିଲେ । ଅପହରଣ ସମୟରେ ଦୁର୍ବୃତ୍ତ ତାଙ୍କୁ ମାଡ଼ ମାରିଥିଲେ ବୋଲି କହିଛନ୍ତି। ତେବେ ଯେଉଁମାନେ ତାଙ୍କୁ ଅପହରଣ କରିଥିଲେ ସେମାନଙ୍କୁ ଜୋଜୋ ଜାଣିନଥିବା ଏତଲାରେ ଉଲ୍ଲେଖ କରିଛନ୍ତି।
ପୋଲିସ ଏବେ ଏତଲା ଗ୍ରହଣ କରି ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଆଇପିସିର ଦଫା 458, 365, 323, 379, 506 ଏବଂ ଆର୍ମସ ଆକ୍ଟ ଲଗାଇ ତଦନ୍ତ ଜାରି ରଖିଛି ।
Comments are closed.