Latest Odisha News

କ୍ଷମା ମାଗିଲେ ଭିନେଶ, ନରମି ନାହିଁ ଡବ୍ଲ୍ୟୁଏଫଆଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଅବସରରେ ବିଶୃଙ୍ଖଳିତ ଆଚରଣ ଯୋଗୁ ଭାରତୀୟ କୁସ୍ତି ସଂଘ ମହିଳା ରେସଲର ଭିନେଶ ଫୋଗଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଘଟଣା ନେଇ ଭିନେଶ କ୍ଷମା ମାଗିଥିଲେ ମଧ୍ୟ ଡବ୍ଲ୍ୟୁଏଫଆଇ ଏବେ ବି ଅସନ୍ତୁଷ୍ଟ ରହିଛି । ଭିନେଶ ଅଫିସିଆଲ ସ୍ପନଶର ବଦଳରେ ଅନ୍ୟ ଏକ ପ୍ରାୟୋଜକଙ୍କ ଲୋଗୋ ବ୍ୟବହାର କରିଥିଲେ ।ଏହା ବ୍ୟତୀତ ସାଥୀ ଖେଳାଳିଙ୍କ ସହ ଟ୍ରେନିଂ ମଧ୍ୟ କରି ନେଇଥିଲେ ।

ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ମତରେ ଭିନେଶଙ୍କ ପରି ସିନିୟର ରେସଲର ଯଦି ଏ ଭଳି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବେ ତାହାହେଲେ ଅନ୍ୟମାନେ କଣ ଶିଖିବେ । ଏବେ ଏହି ଘଟଣାର ବିଚାର ଅନୁଶାସନ ସମିତି କରିବ ବୋଲି ସେ କହିଛନ୍ତି । ଯଦି କୌଣସି ଖେଳାଳି ଜେଏସଡବ୍ଲ୍ୟୁ ଓ ଓଜିକ୍ୟୁ ପରି ଅନୁଷ୍ଠାନ ସହିତ ଜଡିତ ହେବେ ସେମାନଙ୍କୁ ଖେଳିବା ସୁଯୋଗ ପ୍ରଦାନ କରାଯିବ ନାହିଁ ବ୍ରିଜଭୂଷଣ ସ୍ପଷ୍ଟ କରିଛନ୍ତି ।

Comments are closed.