Latest Odisha News

BREAKING NEWS

କଂଗ୍ରେସରେ ଦୁର୍ବଳ ନେତୃତ୍ବ ଉପରେ ପୁଣି ପ୍ରଶ୍ନ ଉଠାଇଲେ ତାରା ବାହିନୀପତି

ଭୁବନେଶ୍ବର : ପଦାରେ ପଡୁଛି କଂଗ୍ରେସ କନ୍ଦଳ । କଂଗ୍ରେସରେ ଦୁର୍ବଳ ନେତୃତ୍ବ ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ତାରାପ୍ରସାଦ । ତାଙ୍କ କହିବା କଥା ଜିଲ୍ଲା ସ୍ତରରେ କଂଗ୍ରେସ କର୍ମୀ ଏକଜୁଟ ଅଛନ୍ତି । ହେଲେ କଂଗ୍ରେସର ଦୁର୍ବଳ ନେତୃତ୍ବ ଯୋଗୁଁ ଜିଲ୍ଲାସ୍ତରର କର୍ମୀ କିଛି କରିପାରୁନାହାନ୍ତି । ଏଥିପାଇଁ ପିସିସିଙ୍କ ଦକ୍ଷତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ବିଜେଡି ଓ ବିଜେପି । ଏବେଠୁ ଉଭୟ ଦଳର ନେତା ଓ ମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ଗସ୍ତ କଲେଣି । ହେଲେ କଂଗ୍ରେସ ପକ୍ଷରୁ ଏ ପର୍ଯ୍ୟନ୍ତ କିଛି ବି ପ୍ରସ୍ତୁତି ହୋଇନାହିଁ । କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପିସିସି ସଭାପତି କିଛି ବି କରୁନାହାନ୍ତି । ଯାହାକୁ ନେଇ ସେ ଆଗକୁ ଉପଯୁକ୍ତ ଫୋରମରେ ସ୍ବର ଉଠାଇବେ ବୋଲି କହିଛନ୍ତି ତାରା । ଦୁର୍ବଳ ନେତୃତ୍ବ ଯୋଗୁ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିପାରୁନି ବୋଲି କହିଛନ୍ତି ତାରା ବାହିନୀପତି ।

Leave A Reply

Your email address will not be published.