ଭୁବନେଶ୍ୱର:ଆସିଛି ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ପଲିଗ୍ରାଫି ଟେଷ୍ଟ ବେଳେ ତାଙ୍କୁ ୨୬ ଟି ପ୍ରଶ୍ନ ପଚରା ଯାଇଥିଲା । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅନେକ ସତ ଉଗାଳିଛି ଗୋପଳ । ପଲିଗ୍ରାଫ ଟେଷ୍ଟରେ ଗୋପଳ ମନ୍ତ୍ରୀ ନବ ଦାସଙ୍କ ବିରୋଧରେ ଏକପ୍ରକାର ବିଷୋଦଗାର କରିଛି। ନବ ଦାସ କାଳେ ତାଙ୍କୁ ମାରିଦେବେ ସେଥିପାଇଁ ସେ ଆଗୁଆ ତାଙ୍କୁ ହତ୍ୟା କରିଦେଲେ ବୋଲି ଗୋପାଳ କହିଛନ୍ତି । ପଲିଗ୍ରାଫ ଟେଷ୍ଟ ରିପୋର୍ଟରେ ଗୋପାଳ କହିଛି, ମନ୍ତ୍ରୀଙ୍କ ଲୋକ ତାଙ୍କୁ ଧମକାଇଥିଲେ । ମନ୍ତ୍ରୀଙ୍କ ଲୋକ ମନୋଜ ବରିହା ଧମକ ଦେଇଥିଲା । ଧମକ ପାଇ ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ ଗୋପାଳ ।
୨୬ଟି ପ୍ରଶ୍ନ ମଧ୍ୟରୁ ୧୩ଟି ପ୍ରଶ୍ନର ଉତ୍ତରରେ ଗୋପାଳ ‘ହିଁ’ କହିଥିଲା ଏବଂ ଅନ୍ୟ ୧୩ଟି ପ୍ରଶ୍ନରେ ଗୋପାଳର ଉତ୍ତର ଥିଲା ନା । ମନ୍ତ୍ରୀ ଖପ୍ପା ଥିବା ଖବର ପାଇ ଚିନ୍ତାରେ ଥିଲା ଗୋପାଳ । ମନ୍ତ୍ରୀଙ୍କ ଆଡୁ ଜୀବନପ୍ରତି ବିପଦ ଥିବା ଆଶଙ୍କା କରୁଥିଲା ଗୋପାଳ । ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଶପଥ ନେଇଥିଲା ଗୋପାଳ । ମୁଣ୍ଡନ ହୋଇ ମନ୍ଦିରରେ ଶପଥ ନେଇଥିଲା ଗୋପାଳ । ଏମିତି ତଥ୍ୟ ବି ଉଗାଳିଥିଲା ଗୋପାଳ । ତେବେ ତେବେ କ’ଣ ଥିଲା ୨୬ଟି ପ୍ରଶ୍ନ ? ଯାହାର ଉତ୍ତରରେ ଗୋପାଳ ମନ୍ତ୍ରୀଙ୍କ ବିରୋଧରେ ଏତେ କଥା କହିଥିଲା ? ନିମ୍ନଲିଖିତ ୧୩ଟି ପ୍ରଶ୍ନ ତାଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ପଚରା ଯାଇଥିଲା ଯାହାର ଉତ୍ତରରେ ଗୋପାଳ ହଁ କହିଥିଲେ ।
୧-୨୦୧୦ରେ ତୁମେ ନବଙ୍କ ଟଙ୍କା ଭର୍ତ୍ତି ଗାଡିକୁ ଛାଡି ନ ଥିଲ ବୋଲି ନବ ତୁମ ଉପରେ ରାଗିଥିଲେ କି ?
୨-ନବ ଦାସଙ୍କ ଲୋକଙ୍କୁ ମାରପିଟ କରିବା, ଗାଳି ଦେବାକୁ ନେଇ ନବ ଆପଣଙ୍କ ଉପରେ ରାଗି ଥିଲେ କି ?
୩-ନବଙ୍କ ଲୋକ ତୁମକୁ ହତ୍ୟା ଧମକ ଦେଉଥିଲେ କି ?
୪- ନବଙ୍କଠାରୁ ପ୍ରତିଶୋଧ ନେବା ପାଇଁ ତାଙ୍କୁ ହତ୍ୟା ଯୋଜାନା କରିଥିଲେ କି ?
୫-ନବଙ୍କୁ ମାରିବା ପାଇଁ ତୁମା ମାନସିକ ରୋଗ ପାଇଁ ଖାଉଥିବା ଔଷଧ ବନ୍ଦ କରି ଦେଇଥିଲେ କି ?
୬-ନବ ଦସ ପକ୍ଷରୁ ଧମକ ମିଳିବା ପରେ ତାଙ୍କୁ ହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲ କି ?
୭-ନବ ଦାସଙ୍କୁ ହତ୍ୟା କରିବା ପୂର୍ବରୁ ୨ ଥର ଉଦ୍ୟମ କରିଥିଲ କି ?
୮-ଘଟଣା ଦିନ ଆପଣ ୩ ଥର ଫାୟାରିଂ କରିଥିଲ କି ?
୯-ମନୋଜ ତୁମକୁ ନବ ଦାସ ନାଁ ନାଇ ଧମକାଉଥିଲା କି ?
୧୦-ନବଙ୍କ ସହ ତୁମର କିଛି ବ୍ୟକ୍ତିଗତ ଶତ୍ରୁତା ନ ଥିଲା । ଏହା ସତ କି ।
୧୧-ମନ୍ତ୍ରୀ ତୁମକୁ ମାରିଦେବେ ବୋଲି ନ ଡରରେ ନବ ଦାସଙ୍କୁ ହତ୍ୟା କରିଥିଲେ ?
୧୨-ନବଙ୍କୁ ହତ୍ୟା କରିବା ପାଇଁ ନିଜେ ପ୍ଲାନ ପ୍ରସ୍ତୁତ କରିଥିଲେ ?
୧୩-ନବ ଦାସ ହତ୍ୟା ମାମଲାରେ ଯାହା କହୁଛନ୍ତି ତାହା ସବୁ ସତ ?
Comments are closed.