Latest Odisha News

BREAKING NEWS

ମହିଳା କ୍ରିକେଟର ହରଲିନଙ୍କ ଜବରଦସ୍ତ କ୍ୟାଚ୍, ଭିଡିଓ ଦେଖିଲେ ଆପଣ ବି କହିବେ କମାଲ୍ ….

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତୀୟ ମହିଳା କ୍ରିକେଟର ହରଲିନ୍ ଦେଓ୍ୱଲ ଏବେ ସୋସିଆଲ୍ ମିଡିଆରେ ସୁପର ଓ୍ୱିମେନ୍ ପାଲଟିଛନ୍ତି । ବ୍ରାଉଣ୍ଡି ଲାଇନରେ ସେ ଏମିତି ଗୋଟିଏ କ୍ୟାଚ୍ ଧରିଥିଲେ ଯାହାକୁ ଦେଖିଲେ ଆପଣ ବି କହିବେ କି କମାଲ୍ କଲେ ହରଲିନ୍ । ଅସମ୍ଭବ କ୍ୟାଚ୍ ଧରିଛନ୍ତି । ବ୍ରାଉଣ୍ଡ୍ରି ଲାଇନ୍ ଆରପଟକୁ ଚାଲିଗଲେ, କିନ୍ତୁ ବଲ ପିଛା ଛାଡ଼ି ନଥିଲେ । ଏମିତି ଡ୍ରାଇଭ୍ ମାରି ହରିଲିନ୍ କ୍ୟାଚ୍ ଧରିଲେ ଯେ ସମସ୍ତେ ହୋଇଗଲେ ହତବାକ୍ । ଦେଖନ୍ତୁ ଭିଡିଓ ।

ହରଲିନଙ୍କ ଏହି କ୍ୟାଚ୍ ନେବାର ଭିଡିଓ ସୋସିଆଲ୍ ମିଡିଆରେ ଜବରଦସ୍ତ ଭାଇରାଲ୍ ହେଉଛି । କ୍ରିକେଟ ଫ୍ୟାନ୍ ତାଙ୍କର ଏହି ସୁପର ଓ୍ୱିମେନ୍ ଅବତାର ଦେଖି ସ୍ତବ୍ଧ ହୋଇଯାଇଛନ୍ତି । ଏହି କ୍ୟାଚ୍ ଧରି ଇଂଲଣ୍ଡର ଖେଳାଳି ଏମି ଜନଙ୍କୁ ପାଭିଲନ୍ ରାସ୍ତା ଦେଖାଇଥିଲେ ହରଲିନ୍ । କେବଳ ଫ୍ୟାନ୍ ନୁହନ୍ତି ସଚିନ ତେନ୍ଦୁଳକରଙ୍କ ଭଳି କ୍ରିକେଟର ବହୁ ବଡ଼ ବଡ଼ ହସ୍ତୀ ବି ଆଶ୍ଚଯ୍ୟପ୍ରକଟ କରିଛନ୍ତି ।
ଏହି ମ୍ୟାଚରେ ଇଂଲଣ୍ଡଠାରୁ ଟିମ୍ ଇଣ୍ଡିଆ ପରାସ୍ତ ହୋଇଛି । କିନ୍ତୁ ହରଲିନ ସମସ୍ତଙ୍କ ଦିଲ୍ ଜିତିଛନ୍ତି । କିଛି ଫ୍ୟାନ୍ ସୋସିଆଲ୍ ମିଡିଆରେ ଭିଡିଓ ସେୟାର କରି ଲେଖିଛନ୍ତି, ହରଲିନଙ୍କ ଏହି କ୍ୟାଚ୍ ଅଲଟାଇମ୍ ସ୍ମରଣୀ ହୋଇ ରହିବ । ବର୍ଷା ପ୍ରଭାବିତ ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଓ୍ୱିକେଟ ହରାଇ ୧୭୭ ରନ୍ କରିଥିଲା ।

ଲକ୍ଓ୍ୱର୍ଥ ଲୁଇସ୍ ନିୟମ ଅନୁସାରେ ୮.୪ ଓଭରରେ ଭାରତ ଆଗରେ ଟାର୍ଗେଟ ଥିଲା ୭୩ ରନ୍ । କିନ୍ତୁ ଟିମ୍ ଇଣ୍ଡିଆ ୩ ଓ୍ୱିକେଟ ହରାଇ ମାତ୍ର ୫୪ରନ୍ କରିଥିଲା । ୧୮ ରନରେ ହାରିଗଲା ମ୍ୟାଚ୍ ।

Leave A Reply

Your email address will not be published.