Latest Odisha News

BREAKING NEWS

ଘୋଷ ଯାତ୍ରାକୁ ଆଉ ୨ ଦିନ, ଆଜି ଉଭାଯାତ୍ରା ଓ ଆଜ୍ଞାମାଳ ବିଜେ

ପୁରୀ: ଆଉ ୨ଦିନ ରହିଲା ରଥଯାତ୍ରା। ଶୁକ୍ରବାର ନବଯୌବନ ଦର୍ଶନ ଥିବା ବେଳେ ଆଜି ଶନିବାର ଉଭାଯାତ୍ରା ସାଙ୍ଗକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ସରିବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ସେପଟେ ରଥ ପ୍ରସ୍ତୁତ ହେବାରେ ଲାଗିଛି। ଶୁକ୍ରବାରଠାରୁ କନା ପଡ଼ିବା ଆରମ୍ଭ ହୋଇଥିବା ବେଳେ, ରବିବାର ଶେଷ ହୋଇଯିବ। ଶୁକ୍ରବାରଠାରୁ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ଚାଲିଛି। ପ୍ରାୟ ୨ହଜାର ସେବାୟତଙ୍କ ଟେଷ୍ଟ ସରିଛି। ନେଗେଟିଭ୍ ରିପୋର୍ଟ ଆସିଥିବା ସେବାୟତଙ୍କୁ ନିଯୋଗ ପକ୍ଷରୁ ପାସ୍ ପ୍ରଦାନ କରାଯାଇଛି। ଖରାକୁ ଦୃଷ୍ଟିରେ ରଖି ରଥ ରହିବା ସ୍ଥାନକୁ ହ୍ଵାଇଟ୍ ଏନାମେଲ ପେଣ୍ଟ୍ କରାଯାଇଛି।

୧୧ତାରିଖ ରାତି ୮ରୁ ୧୩ତାରିଖ ରାତି ୮ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରୀ କରାଯିବ।ଏଥିପାଇଁ ଆସନ୍ତାକାଲି ସହରରେ ସଟଡାଉନକୁ କୋହଳ କରାଯାଇଛି।ସମସ୍ତଙ୍କ ସହଯୋଗରେ ରଥଯାତ୍ରାକୁ କୋଭିଡ କଟକଣା ଭିତରେ ସାରିବାକୁ ସମସ୍ତେ ଲାଗିପଡିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ନୀତି ନିର୍ଘଣ୍ଟ ଅନୁଯାୟୀ ପାଳନ କରିବାକୁ ଗୁରୁତ୍ୱ ଦେଇଥିବା ହେତୁ ମହାପ୍ରଭୁଙ୍କ ଆଶୀର୍ବାଦରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା ଓ ସହଳ ନୀତିକାନ୍ତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା କରିଛନ୍ତି।

Leave A Reply

Your email address will not be published.