Latest Odisha News

BREAKING NEWS

୧ କେ.ଜି ଚା’ର ଦାମ୍‌ ୯୯,୯୯୯!

ନୂଆଦିଲ୍ଲୀ: ଆସାମର ଏକ ଚା ବଗିଚାରୁ ଏକ କିଲୋଗ୍ରାମ ଗୋଲଡେନ୍ ଟିପ୍ ଚା ପତ୍ରକୁ ୯୯,୯୯୯ ଟଙ୍କା ମୂଲ୍ୟରେ ନିଲାମ କରାଯାଇଛି। ମଙ୍ଗଳବାର ଦିନ ଗୌହାଟୀରେ ଏହି ଚା ନିଲାମ କେନ୍ଦ୍ର (GTAC) ରେ ଏହାକୁ ନିଲାମ କରାଯାଇଛି। ଏହାକୁ ମନୋହରୀ ଗୋଲ୍ଡ ଭାବରେ ବ୍ରାଣ୍ଡିଙ୍ଗ୍‌ କରାଯାଇଛି। ଏହି ଚାକୁ ଗୌହାଟୀ ସ୍ଥିତ ଜଣେ ବ୍ୟବସାୟୀ ସୌରଭ ଟି ଟେଡ୍ରସ ଦ୍ବାରା କିଣାଯାଇଛି।

ଟି ଇଷ୍ଟେଟ୍ ଅନୁଯାୟୀ, ଏହା ଦେଶରେ ସର୍ବାଧିକ ମୂଲ୍ୟରେ ନିଲାମ ହୋଇଥିବା ଚା। ସୌରଭ ଟି ଟେଡ୍ରସର ସିଇଓଙ୍କ କହିବା ଅନୁଯାୟୀ “ଏହି ନିର୍ଦ୍ଦିଷ୍ଟ ଚାର ଚାହିଦା ବହୁତ ଅଧିକ ଏବଂ ଉତ୍ପାଦନ ବହୁତ କମ୍ ଅଟେ। ଚଳିତ ବର୍ଷ ମନୋହରୀ ଟି ଇଷ୍ଟେଟ୍ ଦ୍ୱାରା କେବଳ ଏକ କିଲୋଗ୍ରାମ ନିଲାମ କରାଯାଇଥିଲା। ”

ସେ କହିଛନ୍ତି, “ଏହି ଚା କିଣିବା ପାଇଁ ଆମେ ଦୀର୍ଘ ସମୟ ଧରି ଚେଷ୍ଟା କରୁଛୁ। ଉଦ୍ୟାନର ମାଲିକ ଏହାକୁ ବ୍ୟକ୍ତିଗତ ଭାବରେ ଆମକୁ ବିକ୍ରୟ କରିବାକୁ ମନା କରିଦେଲେ ଏବଂ ଏହାକୁ ନିଲାମ କରିବାକୁ ସ୍ଥିର କରିଥିଲେ। ସୌଭାଗ୍ୟବଶତଃ ଏହା ଶେଷରେ ନିଲାମ ହେଲା, ଆମେ ଏହାକୁ କିଣିବାକୁ ସକ୍ଷମ ହେଲୁ।

Comments are closed.