Latest Odisha News

BREAKING NEWS

ଲଖିମପୁର ହିଂସା ସୁଚିନ୍ତିତ ଷଡଯନ୍ତ୍ର ଥିଲା: ଏସଆଇଟି

ନୂଆଦିଲ୍ଲୀ:ଉତରପ୍ରଦେଶର ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା ନେଇ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ରିପୋର୍ଟ ପ୍ରଦାନ କରିଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, କୃଷକମାନଙ୍କୁ ଗାଡି ମଡାଇ ହତ୍ୟା କରିବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର ରଚା ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ଆଶୀଷ ମିଶ୍ରଙ୍କ ସମେତ ୧୩ଜଣ ଅଭିଯୁକ୍ତଙ୍କ ବିରୋଧରେ ଉପରୋକ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି । ଏହା ଏକ ଦୁର୍ଘଟଣା କିମ୍ବା ବେପରୁଆ ଗାଡି ଚାଳନା ନୁହେଁ ବୋଲି ଏସଆଇଟି ପକ୍ଷରୁ କୁହାଯାଇଛି । ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଦଫାକୁ ବଦଳାଇବା ପାଇଁ ଏସଆଇଟି ପକ୍ଷରୁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ, ଅକ୍ଟୋବର ୩ରେ କୃଷକମାନେ କେନ୍ଦ୍ରମନ୍ତ୍ରୀ ଅଜୟଙ୍କୁ ବିରୋଧ କରି ବିକ୍ଷୋଭ କରୁଥିଲେ । ହଠାତ ତାଙ୍କ ପୁଅ ବସିଥିବା ମହିନ୍ଦ୍ରା ଗାଡି କୃଷକମାନଙ୍କ ଉପରେ ମାଡି ଯାଇଥିଲା । ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.