Latest Odisha News

କ’ଣ ରହିଛି ସଲ୍‌ମାନଙ୍କ ଭାଲେଣ୍ଟାଇନ୍ସ ଡେ ପ୍ଲାନ୍‌?

ନୂଆଦିଲ୍ଲୀ: ସଲମାନ ଖାନ ତାଙ୍କ ଭାଲେଣ୍ଟାଇନ୍ସ ଡେ କିପରି ବିତାଇବେ? ସଲମାନ ଏକ ମ୍ୟୁଜିକ୍ ସୋ’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଜଣେ ସାମ୍ବାଦିକ ତାଙ୍କୁ ତାଙ୍କ ଭାଲେଣ୍ଟାଇନ୍ସ ଡେ ଯୋଜନା ବିଷୟରେ ପଚାରିଥିଲେ। ଏ ନେଇ ସଲମାନ କଣ ପ୍ରତିକ୍ରିୟା ରଖିଥିଲେ ଜାଣନ୍ତୁ।

ମ୍ୟୁଜିକ୍ ସୋ ଲଞ୍ଚ ଇଭେଣ୍ଟରେ ସାଲମାନ ଖାନଙ୍କୁ ଜଣେ ସାମ୍ବାଦିକ ପଚାରିଥିଲେ, “ଭାଲେଣ୍ଟାଇନ୍ସ ଡେ ଆନ୍ ୱାଲା ହୈ। କାୟା କୁଛ୍‌ ନିର୍ଦ୍ଦିଷ୍ଟ ଯୋଜନା ରହିଛି କି? ଏହି ପ୍ରଶ୍ନର ଉତ୍ତରରେ ସଲ୍‌ମାନ ହସି ହସି କହିଥିଲେ ଯେ “ଭାଲେଣ୍ଟାଇନ୍ସ ଡେ ସେ ମେରା କୟା ଲେନା ଦେନା ଭାଇ। ୟେ ମେରା ହି ଲେନା ଦେନା ହୈ ଭାଲେଣ୍ଟାଇନ୍ସ ଡେ ସେ? ” ଏହାସହିତ ସେ ଏହି ସୁଯୋଗ ନେଇ ସମସ୍ତଙ୍କୁ ଭାଲେଣ୍ଟାଇନ୍ସ ଡେ’ର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। “ଭାଲେଣ୍ଟାଇନ୍ସ ଡେ’ର ସମସ୍ତଙ୍କୁ ଶୁଭେଚ୍ଛା। ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ସେ କହିଛନ୍ତି।

Comments are closed.