ଭୁବନେଶ୍ବର: ଆଜିର ବ୍ୟସ୍ତବହୁଳ ଜୀବନରେ ଫିଟ୍ ରହିବା ପାଇଁ ସାଇକେଲ ଚଲାଇବା ଏକ ସହଜ ଉପାୟ । ଏଥିସହ ସାଇକେଲ ଚଳାବା ଦ୍ବାରା ବାୟୁ ପ୍ରଦୂଷଣକୁ କିଛି ମାତ୍ରାରେ କମ୍ କରିହେବ । ଆସନ୍ତୁ ଜାଣିବା ସାଇକେଲ ଚଲେଇବା ଦ୍ବାରା କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳିଥାଏ..
-ଯଦି ଆପଣ ପ୍ରତିଦିନ ୩୦ ମିନିଟ୍ ସାଇକେଲ ଚଳାନ୍ତି ତେବେ ଆପଣଙ୍କ ଓଜନ ହ୍ରାସ ହୋଇଥାଏ । ମେଦବହୁଳତା ଅନେକ ରୋଗର ମୁଖ୍ୟ କାରଣ । ଫିଟ୍ ରହିବା ପାଇଁ ପ୍ରତିଦିନ ସାଇକେଲ ଚଳାନ୍ତୁ ।
ଉଭୟ ଶାରୀର ଓ ମାଇଣ୍ଡକୁ ଆକ୍ଟିଭ ରଖିଥାଏ ।
-ଏଥିସହିତ କୋଲେଷ୍ଟରଲ ହ୍ରାସ କରିବାରେ ସାଇକେଲ ଚାଳନା ସାହାଯ୍ୟ କରେ ।
– ଗୋଡ଼କୁ ମଜବୁତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ପ୍ରତିଦିନ ସାଇକେଲ ଚଳାଇବା ଦ୍ୱାରା ମାଂସପେଶୀ ଶକ୍ତି ବୃଦ୍ଧି ପାଇଥାଏ।
– ସାଇକେଲ ପରିବେଶ ପାଇଁ ଏକ ଅନୁକୂଳ ବାହନ । ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ସଙ୍କଟ ସମସ୍ତଙ୍କୁ ଘାରିଛି । ସପ୍ତାହରେ ଦୁଇଦିନ ବି ସମସ୍ତେ ସାଇକେଲ ଦ୍ବାରା ଅଫିସ୍ , କଲେଜ ଗଲେ ବାୟୁ ପ୍ରଦୂଷଣକୁ କିଛିଟା ମାତ୍ରାରେ କମ୍ କରାଯାଇପାରିବ ।
-ସାଇକେଲ ଚାଳନା ବ୍ୟାୟାମ ପାଇଁ ଅତ୍ୟନ୍ତ ଉତ୍ତମ। ସାଇକେଲ ଚଳାଇଲେ ମଣିଷ ଖୁସି ଅନୁଭବ କରିଥାଏ ଏବଂ ମନୋବଳ ବଢ଼ିଥାଏ।