Latest Odisha News

BREAKING NEWS

କୋଲେଷ୍ଟ୍ରଲ ବୃଦ୍ଧି ହେଲେ ଶରୀରରେ ଏହି ସବୁ ପରିବର୍ତ୍ତନ ଆସେ…

ଭୁବନେଶ୍ବର : ଆଜିର ଜୀବନଶୈଳୀ, ଖାଦ୍ୟପେୟ ଖରାପ କୋଲେଷ୍ଟ୍ରଲ ସ୍ତରକୁ ବୃଦ୍ଧି କରୁଛି । ଆମ ଶରୀରରେ ଦୁଇ ପ୍ରକାର କୋଲେଷ୍ଟ୍ରଲ ଥାଏ । ପ୍ରଥମଟି ହେଲା ‘ଲୋ ଡେନ୍‌ସିଟି ଲିପୋପ୍ରୋଟିନ୍‌ସ’ (low density lipoproteins/LDL) ବା ଖରାପ କୋଲେଷ୍ଟ୍ରଲ ଏବଂ ଦ୍ବିତୀୟଟି ‘ହାଇ ଡେନସିଟି ଲିପୋପ୍ରୋଟିନ୍‌ସ’ (high density lipoproteins/HDL) ବା ଭଲ କୋଲେଷ୍ଟ୍ରଲ । ଏହି ଏଲଡିଏଲ ଆମ ଶରୀର ଆମ ଶରୀର ପାଇଁ ଭଲ ନୁହେଁ ।

ତେବେ ଜଣେ ବ୍ୟକ୍ତିର ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ପାଏ ସେତେବେଳେ ଶରୀରରେ ପରିବର୍ତ୍ତନ ଆସିଥାଏ । ଯେପରିକି ଶରୀରରେ ଏଲଡିଏଲ ଥିଲେ ପାଦ ନଖ ଭଙ୍ଗୁର ହୋଇଯାଏ । ନଖ ଧିରେ ଧିରେ ବଢେ । ପାଦ ନଖ ମଧ୍ୟ ହାଲୁକା ହଳଦିଆ ଦେଖାଯାଏ । ତେବେ ନଖ ରଙ୍ଗ ବିକୃତ ହେବାର ଏକ କାରଣ ହେଉଛି ପାଦରେ ରକ୍ତ ପ୍ରବାହ କମ୍ ହେବା ।

‘ଜର୍ଣ୍ଣାଲ ଅଫ୍ ଦି ଆମେରିକୀୟ ଏକାଡେମୀ ଅଫ୍ ଡର୍ମାଟୋଲୋଜି’ର ସୂଚନା ଅନୁଯାୟୀ ଶରୀରରେ ଉଚ୍ଚ ସ୍ତରର LDL ଥିବା ଲୋକଙ୍କର ନଖ ହଳଦିଆ ହେବାର ସମ୍ଭାବନା ଅଧିକ ଥାଏ । ସେହିପରି ନଖରେ ନୀଳ କିମ୍ବା କଳା ଦାଗ ଥିଲେ ଜାଣିବେ ଖରାପ କୋଲେଷ୍ଟ୍ରଲ୍ ସ୍ତର ଅଧିକ ରହିଛି ।

ହାଇ କୋଲେଷ୍ଟ୍ରଲ୍ ଥିଲେ ଭବିଷ୍ୟତରେ ହୃଦରୋଗ, ବ୍ରେନଷ୍ଟ୍ରୋକ୍ କିମ୍ବା ଉଚ୍ଚ ରକ୍ତଚାପ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଏଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ ।

ଯଦି ହାଇ କୋଲେଷ୍ଟ୍ରଲ୍ ଅଛି ତେବେ ଚର୍ବିଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଫଳ, ପନିପରିବା, ଶସ୍ୟକୁ ଖାଦ୍ୟ ଭାବେ ଗ୍ରହଣ କରନ୍ତୁ । ଓଜନ ଅଧିକ ଥିବା ଲୋକମାନେ ଓଜନ ହ୍ରାସ କରି ଖରାପ କୋଲେଷ୍ଟ୍ରଲ୍ ସ୍ତରକୁ କମ୍ କରିପାରିବେ ।

ଖରାପ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ହେବାର ଆଉ ଏକ କାରଣ ଅତ୍ୟଧିକ ଚାପ ଏବଂ ଚିନ୍ତା । ଚାପ ମୁକ୍ତ ପାଇଁ ପ୍ରତିଦିନ ଯୋଗ ଏବଂ ଧ୍ୟାନ କରନ୍ତୁ । ଆହୁରି ମଧ୍ୟ ଶରୀରକୁ ଝାଳ ବାହାର କରିବା ପାଇଁ, ପ୍ରତିଦିନ ଦୌଡ଼ିବା, ଚାଲିବା, ସାଇକେଲିଂ ଇତ୍ୟାଦି ଭଳି ବ୍ୟାୟାମ କରନ୍ତୁ । ଶରୀରରେ ଉଚ୍ଚ କୋଲେଷ୍ଟ୍ରଲ୍ ସ୍ତର ସହଜରେ ହ୍ରାସ ପାଇବ ।

ଧୂମପାନ LDL କୋଲେଷ୍ଟ୍ରଲର ସ୍ତରକୁ ବୃଦ୍ଧି କରେ । ଏହାଠାରୁ ଦୂରରେ ରୁହନ୍ତୁ ।

 

Comments are closed.