ଭୁବନେଶ୍ବର: ‘ନବୀନ ବାବୁ ଯାହା କହୁଛନ୍ତି ତାହା ସବୁ ଡିପ୍ ଫେକ୍, ତାଙ୍କୁ ଏକପ୍ରକାର ବନ୍ଦୀ କରିରଖାଯାଇଛି । ନବୀନ ବାବୁଙ୍କୁ ବନ୍ଦୀରୁ ଉଦ୍ଧାର କରାଯାଉ ।’ କିଛି ଏମିତି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ମୁଖ୍ୟମନ୍ତ୍ରୀଙ୍କ ପ୍ରସଙ୍ଗରେ ବୈଜୟନ୍ତ କହିଛନ୍ତି, ରାଜ୍ୟ ସରକାର ଆଉଟ ସୋର୍ସ ହୋଇଯାଇଛନ୍ତି। ଜଣେ ବ୍ୟକ୍ତିଙ୍କ ଦ୍ବାରା ନବୀନ ବାବୁ ବନ୍ଦୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖା ଯାଉନାହାନ୍ତି? କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି । ତାଙ୍କୁ ଏକପ୍ରକାର ବନ୍ଦୀ କରି ରଖାଯାଇଛି । ବ୍ୟକ୍ତଗତ ଭାବେ ମୋତେ ଏହା ବେଶୀ ବାଧୁଛି। କାରଣ ଆମ ପରିବାରଙ୍କ ସହ ତାଙ୍କର ବହୁ ପୁରୁଣା ସମ୍ପର୍କ ରହିଛି । ୨୦୧୮ ପର୍ଯ୍ୟନ୍ତ ନବୀନ ବାବୁ ଏପରି ନଥିଲେ । ସେ ବନ୍ଦୀ ହୋଇ ରହିଥିବାରୁ ଓଡ଼ିଆ ଅସ୍ମିତା ବିପଦ ଭିତରେ ରହିଛି ।
ନବୀନ ବାବୁଙ୍କର ଯେଉଁ ଭିଡିଓ ଆସୁଛି ତାହା ମଧ୍ୟରୁ ଅଧିକାଂଶ ତାଙ୍କର ନୁହେଁ। ସେଗୁଡିକ ତାଙ୍କର ଡିପ୍ ଫେକ ବୋଲି କୁହା ଯାଇପାରିବ। କେହି ଜଣେ ତାଙ୍କୁ ମାଇକ୍ରୋଫୋନ ଧରାଇ କୁହାଉଛି। ଆଉ ବାକି ଯାହା ଡିପ୍ ଫେକ୍ ଜରିଆରେ କହୁଛନ୍ତି ତାହା ସତ ତ? ଓଡିଶାବାସୀ ତାଙ୍କୁ ଭୋଟ ଦେଉଥିଲେ ଏ ବିଷୟରେ ସମସ୍ତେ ଜାଣିବା ଦରକାର। ନବୀନବାବୁଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରାଯିବା ଦରକାର ବୋଲି ବୈଜୟନ୍ତ କହିଛନ୍ତି।
Comments are closed.