Latest Odisha News

BREAKING NEWS

ଥରୁରଙ୍କୁ ନେଇ କଂଗ୍ରେସରେ ଉତ୍ତେଜନା: ପ୍ରଶ୍ନ କଲେ ରିଜିଜୁ, ‘ଦଳ ଚାହୁଁଛି କ’ଣ?’

ନୂଆଦିଲ୍ଲୀ: କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱ ସିନ୍ଦୂର ଅପରେସନ୍ ସମୟରେ ବିଦେଶରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ପ୍ରକାଶ କରୁଛନ୍ତି । ବିଜେପି ସରକାରରେ ପ୍ରଥମ ଥର ପାଇଁ ସୀମାପାର ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ଥରୁରଙ୍କ ବୟାନ ଉପରେ ଦଳୀୟ ନେତୃତ୍ୱ ଅସନ୍ତୋଷ ପ୍ରକାଶ କରିଥିଲେ। ଶଶି ଥରୁର ପାନାମାରେ ଏକ ବହୁପକ୍ଷୀୟ ପ୍ରତିନିଧି କାର୍ଯ୍ୟକ୍ରମରେ ଏହି ବୟାନ ଦେଇଥିଲେ। ଥରୁରଙ୍କ ମନ୍ତବ୍ୟ ନେଇ ଏବେ କଂଗ୍ରେସରେ ଉତ୍ତେଜନା ବୃଦ୍ଧି ପାଇଛି । ହେଲେ ବିଜେପି ଥରୁରଙ୍କ ବୟାନକୁ ସମର୍ଥନ କରିଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ଥରୁରଙ୍କ ପଟ ନେଇ, ବିଦେଶ ଯାଇଥିବା ଭାରତୀୟ ସାଂସଦମାନଙ୍କଠାରୁ ଆପଣ କ’ଣ ଆଶା କରନ୍ତି? ବୋଲି କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ।

ଥରୁରଙ୍କ ବୟାନକୁ ରକ୍ଷା କରି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଅପରେସନ୍ ସିନ୍ଦୂର ବିଷୟରେ ବ୍ୟାଖ୍ୟା କରିବା ପାଇଁ ସରକାର ପଠାଇଥିବା ସର୍ବଦଳୀୟ ଦଳଠାରୁ କଂଗ୍ରେସ କ’ଣ ଆଶା କରେ?  କଂଗ୍ରେସ କ’ଣ ଚାହୁଁଛି, ଦେଶ ପାଇଁ ଏହା କେତେ ଚିନ୍ତା କରେ?, ଭାରତୀୟ ସାଂସଦମାନେ କ’ଣ ବିଦେଶ ଯାଇ ଦେଶ ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିବା ଉଚିତ କି? ବୋଲି କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ।

ଥରୁରଙ୍କୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଉଦିତ ରାଜ୍‌ ଟାର୍ଗେଟ କରି ସୁପର ବିଜେପି ମୁଖପାତ୍ର ବୋଲି କହିଥିଲେ। ସେ ଅଭିଯୋଗ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିବାରେ ଥରୁର୍‌ ଯେକୌଣସି ବିଜେପି ସଦସ୍ୟଙ୍କ ତୁଳନାରେ ଭଲ କାମ କରୁଛନ୍ତି। କଂଗ୍ରେସ ସାଂସଦ ଥରୁର୍‌ ହେଉଛନ୍ତି ବିଜେପିର ସୁପର ମୁଖପାତ୍ର। ଉଦିତ ରାଜ୍‌ଙ୍କ ପରେ, କଂଗ୍ରେସର ଅନ୍ୟ ମୁଖପାତ୍ର ପବନ ଖେରା ମଧ୍ୟ ଥରୁର୍‌ଙ୍କୁ ସମାଲୋଚନା କରିଥିଲେ ।

ଯାହାକୁ ନେଇ କଡା ଜବାବ ରଖିଛନ୍ତି ନିଜେ ଥରୁର । ଶଶି ଥରୁର ନିସଜ ଏକ୍ସରେ ଲେଖିଛନ୍ତି, ମୋ ପାଖରେ ସମାଲୋଚକଙ୍କ ପାଇଁ ସମୟ ନାହିଁ। ମୁଁ ସ୍ପଷ୍ଟ ଭାବରେ କେବଳ ଆତଙ୍କବାଦୀ ଆକ୍ରମଣର ଜବାବରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ କହିଥିଲି, ଯୁଦ୍ଧ କିମ୍ବା ଆମର ସାମରିକ ଇତିହାସ ବିଷୟରେ ନୁହେଁ। ମୋର ମନ୍ତବ୍ୟ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅନେକ ଆକ୍ରମଣକୁ ଉଲ୍ଲେଖ କରିଥିଲା, ଯେଉଁ ସମୟରେ ଭାରତର ପ୍ରତିକ୍ରିୟାକୁ ରୋକି ଦିଆଯାଇଛି।

ତେବେ କହିରଖୁଛୁ, କଂଗ୍ରେସ ସାଂସଦ ଶଶି ଥରୁର୍ ଅପରେସନ ସିନ୍ଦୂରର ପ୍ରତିନିଧିତ୍ବ କରି ଆମେରିକା ଗସ୍ତ କରିଥିବା ବେଳେ, ସେଠି ଏକ କାର୍ଯ୍ୟକ୍ରମରେ ୨୦୧୬ ପାନାମାରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ୍ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଆତଙ୍କବାଦୀମାନେ ଅନୁଭବ କରିଛନ୍ତି ଯେ ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ଏହା ପରେ, ଭାରତ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୨୦୧୬ରେ ନିୟନ୍ତ୍ରଣ ରେଖା ପାର କରି ଉରି ଆକ୍ରମଣ କରିଥିଲା। ଥରୁର ଆହୁରି କହିଛନ୍ତି ଯେ କାର୍ଗିଲ ଯୁଦ୍ଧ ସମୟରେ ଭାରତ ନିୟନ୍ତ୍ରଣ ରେଖା ପାର କରିଥିଲା, କିନ୍ତୁ ୨୦୧୯ରେ, ପୁଲୱାମା ଆକ୍ରମଣର ଜବାବ ଦେବା ପାଇଁ, ଭାରତ କେବଳ ନିୟନ୍ତ୍ରଣ ରେଖା ନୁହେଁ ବରଂ ଅନ୍ତର୍ଜାତୀୟ ସୀମା ମଧ୍ୟ ପାର କରିଥିଲା।

ଏଥିସହିତ ଥରୁର କହିଥିଲେ, କିଛି ମହିଳା ଚିତ୍କାର କରିଥିଲେ। ସେ ଆତଙ୍କବାଦୀଙ୍କୁ କହିଥିଲେ ମୋତେ ମଧ୍ୟ ହତ୍ୟା କରିଦିଅ, ହେଲେ ସେମାନେ କହିଥିଲେ, ନା, ଫେରିଯାଅ, ତୁମ ସହିତ କ’ଣ ଘଟିଛି ଯାଇକି କୁହ। ଆମେ ଶୁଣିଲୁ, ଆମେ ସେମାନଙ୍କ ଚିତ୍କାର ଶୁଣିଲୁ ଏବଂ ଭାରତ ନିଷ୍ପତ୍ତି ନେଇଛି ଯେ ସିନ୍ଦୂରର ରଙ୍ଗ, ଆମ ମହିଳାଙ୍କ କପାଳରେ ସିନ୍ଦୂରର ରଙ୍ଗ, ହତ୍ୟାକାରୀ, ଅପରାଧୀ, ଆକ୍ରମଣକାରୀଙ୍କ ରକ୍ତର ରଙ୍ଗ ସହିତ ମେଳ ଖାଇବ । ଏତିସହିତ ଥରୁର ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟକୁ ମଧ୍ୟ ସମର୍ଥନ କରି କହିଥିଲେ ଯେ ୨୬ ଜଣ ପୁରୁଷଙ୍କ ହତ୍ୟା ପରେ ଅପରେସନ ସିନ୍ଦୂର ଅତ୍ୟାବଶ୍ୟକ ଥିଲା।  କହିଥିଲେ, ଆମର ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଅପରେସନ ସିନ୍ଦୂର ଜରୁରୀ ଥିଲା କାରଣ ଏହି ଆତଙ୍କବାଦୀମାନେ ଆସି ୨୬ ଜଣ ମହିଳାଙ୍କ ସ୍ୱାମୀ ଏବଂ ପିତାଙ୍କୁ, ସେମାନଙ୍କ ବୈବାହିକ ଜୀବନକୁ ହଟାଇ ଦେଇଥିଲେ ।

Comments are closed.