ହିନ୍ଦୁଧର୍ମ ପୁରାଣରେ କୁକୁରକୁ ଯମଙ୍କ ଦୂତ ବୋଲି କୁହାଯାଇଛି ଏବଂ ଭୈରବ ବାବାଙ୍କ ସେବକ ବୋଲି ମଧ୍ୟ କୁହାଯାଏ। ତେଣୁ କୁକୁରଙ୍କ ସେବା କରିବା ବାବା ଭୈରବଙ୍କ ସେବା କରିବା ସହ ସମାନ ହୋଇଥାଏ । କୁକୁର ବହୁ ସମ୍ବେଦନଶୀଳ ଏବଂ ଚାଲାକ ହେବା ସହ ଭଲ ସାଥି ମଧ୍ୟ ହୋଇଥାଏ। ହେଲେ କୁକୁର ରାତିରେ ଭୋକିବାକୁ କାନ୍ଦିବା ବୋଲି କୁହାଯାଏ। କୁକୁର କାନ୍ଦିବାକୁ ଅଶୁଭ ମଧ୍ୟ ମାନା ଯାଏ। ଚାଲନ୍ତୁ ଜାଣିବା ଏହା ପଛରେ ଥିବା ପ୍ରକୃତ କାରଣ…
କ’ଣ ଆପଣ କେବେ ଭାବିଛନ୍ତି କୁକୁର ରାତିରେ କାହିଁକି କାନ୍ଦନ୍ତି ଏବଂ କୁକୁର କାନ୍ଦିବା କାହିଁକି ଅଶୁଭ ହୋଇଥାଏ । ବୟସ୍କ ଲୋକ କହିଥାନ୍ତି କୁକୁର କାନ୍ଦିବା ଦ୍ୱାରା କୌଣସି ବ୍ୟକ୍ତିର ମୃତ୍ୟୁ ସଂକେତ ହୋଇଥାଏ । ଏହା ଦ୍ୱାରା ଆଖ ପାଖରେ କାହାର ନା କାହାର ଅଶୁଭ ହୁଏ। ହିନ୍ଦୁଧର୍ମରେ କୁକୁରକୁ ଏକ ରହସ୍ୟମୟ ପ୍ରାଣୀ ବୋଲି କୁହାଯାଏ।
ଜ୍ୟୋତିଷଶାସ୍ତ୍ର ଅନୁସାରେ, କୁକୁର ନିଶବ୍ଦ ରାତିରେ ଭୁକିବାର କାରଣ ହେଲା ଏହାର ଆଖପାଖ ଅଞ୍ଚଳରେ ଆତ୍ମାକୁ ଦେଖିଥାଏ। ଏଥିପାଇଁ ଜୋର୍ରେ ଭୁକିଥାଏ। କୁକୁର କାନ୍ଦିଲେ କାହାର ମୃତ୍ୟୁ ପାଖେଇ ଆସିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। କିନ୍ତୁ ବୈଜ୍ଞାନିକ କାରଣ ଅନୁଯାୟୀ, କୁକୁର ଅନ୍ୟ ସାଥୀମାନଙ୍କୁ ସନ୍ଦେଶ ବା ବାର୍ତ୍ତା ପହଞ୍ଚାଇବା ପାଇଁ ଖୁବ୍ ଜୋର୍ରେ ଭୁକିଥାଏ। ଫଳରେ ସେମାନେ ସହଜରେ ଯଥାସ୍ଥାନରେ ପହଞ୍ଚି ପାରନ୍ତି।
କିଛି ବୈଜ୍ଞାନିକ କୁହନ୍ତି, ଯେତେବେଳେ କୁକୁରକୁ କିଛି କଷ୍ଟ ହୋଇଥାଏ ସେ ଜୋର୍ରେ କାନ୍ଦିଥାଏ। ନିଜର ବ୍ୟଥାକୁ ଜଣାଇବା ପାଇଁ ଏପରି କାନ୍ଦିଥାଏ ବା ଭୁକିଥାଏ। କୁକୁର ଏମିତି ଏକ ପ୍ରାଣୀ ଯେ କି ଲୋକଙ୍କ ସହ ମିଶି ରହିବାକୁ ପସନ୍ଦ କରିଥାଏ। ଏକୁଟିଆ ରହିବାକୁ ଆଦୌ ପସନ୍ଦ କରେ ନାହିଁ। ରାସ୍ତାରେ ଯାଉଥିବା ସମୟରେ ଏକୁଟିଆ ହୋଇଗଲେ ଜୋର୍ରେ ଭୁକିଥାଏ।
ଆହୁରୀ ମଧ୍ୟ ଶୁଣିବାକୁ ମିଳେ କି କୁକୁରଙ୍କ ଆଖି ସାମାନ୍ୟ ନୁହେଁ । କାରଣ ଯାହାକୁ ମନୁଷ୍ୟ ଦେଖିବାରେ ଅସମର୍ଥ ଅଟେ ତାକୁ କିନ୍ତୁ କୁକୁର ଭଲଭାବେ ଦେଖିପାରେ । ତେବେ ଏଠାରେ ଆମେ କହୁଛୁ ଭୁତ-ପ୍ରେତ ତଥା ବିଭିନ୍ନ ନକରାତ୍ମକ ଶକ୍ତି ସଂପର୍କରେ । କୁକୁରମାନଙ୍କୁ ସାଧାରଣତଃ ସେମାନଙ୍କ ଉପସ୍ଥିତି ସଂପର୍କରେ ଆଭାସ ହୋଇଥାଏ ତେଣୁ ସେମାନେ ଭୁକି ଅନ୍ୟମାନଙ୍କୁ ସେମାନଙ୍କ ଉପସ୍ଥିତି ସଂପର୍କରେ ଜଣାଇବାକୁ ଚେଷ୍ଟା କରିଥାନ୍ତି ।