Latest Odisha News

BREAKING NEWS

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’: ସପକ୍ଷରେ ଅନେକ ବିଚାରପତି, ତ୍ରୁଟି ଦର୍ଶାଇଲେ ପୂର୍ବତନ ମୁଖ୍ୟ ବିଚାରପତି….

ନୂଆଦିଲ୍ଲୀ: ବିଲରେ ପରିଣତ ହୋଇଛି ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ । କେନ୍ଦ୍ର ସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ସ୍ୱପ୍ନ ପାଇଁ ପ୍ରସ୍ତୁତ ହୋଉଥିବା ବେଳେ ଏହାକୁ ଦେଶର ଅନେକ ପୂର୍ବତନ ମୁଖ୍ୟ ବିଚାରପତି ଏହି ବ୍ୟବସ୍ଥାକୁ ସାମ୍ବିଧାନିକ ଭାବେ ବୈଧ ବୋଲି ବିବେଚନା କରିଛନ୍ତି । କିନ୍ତୁ ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜେ.ଏସ୍. ଖେହର ଏଥିରେ ଏକ ବଡ଼ ତ୍ରୁଟି ଧରିଛନ୍ତି। ଉଭୟେ ମିଳିତ ସଂସଦୀୟ କମିଟିକୁ ବିଲ୍‌ରେ ଏକ ଗ୍ରେ ଏରିଆ ନେଇ ଚିନ୍ତର ପ୍ରକଟ କରିଛନ୍ତି । ଉଭୟ ବିଚାରପତି ସ୍ପଷ୍ଟ କରିଥିଲେ ଯେ ଏକକାଳୀନ ନିର୍ବାଚନ କରିବା ସହଜ, ଏଥିରେ କୌଣସି ସାମ୍ବିଧାନିକ ବାଧ୍ୟବାଧକତା ରହିବ ନାହିଁ । କିନ୍ତୁ ବିଲର କେତେକ ଦିଗ, ବିଶେଷ କରି ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ବ୍ୟାପକ କ୍ଷମତା ଉପରେ ଗୁରୁତ୍ବାରୋପ କରିଚନ୍ତି ।

ଉଭୟ ପୂର୍ବତନ ମୁଖ୍ୟ ବିଚାରପତି ବିଲ୍‌ରେ ଧାରା ୮୨ଏ (୫) ଉପରେ ଆପତ୍ତି ଉଠାଇଛନ୍ତି, ଯାହା ନିର୍ବାଚନ କମିସନଙ୍କୁ ଲୋକସଭା ନିର୍ବାଚନଠାରୁ ପୃଥକ ଭାବରେ ବିଧାନସଭା ନିର୍ବାଚନ କରିବାକୁ ସୁପାରିଶ କରିବାର ଅଧିକାର ପ୍ରଦାନ କରେ। ଖେହର ହେଉଛନ୍ତି ତୃତୀୟ ପୂର୍ବତନ ପ୍ରଧାନ ବିଚାରପତି ଯିଏ ଏହି ଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ପୂର୍ବରୁ ରଞ୍ଜନ ଗୋଗୋଇ ଏବଂ ଚନ୍ଦ୍ରଚୂଡ଼ ମଧ୍ୟ ଏହା ଉପରେ ଆପତ୍ତି ଉଠାଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ, ଖେହର ପରାମର୍ଶ ଦେଇଥିଲେ ଯେ ନିର୍ବାଚନ ତାରିଖ ନିଷ୍ପତ୍ତି ନେବାରେ ସଂସଦ କିମ୍ବା କେନ୍ଦ୍ର କ୍ୟାବିନେଟର ମଧ୍ୟ ଭୂମିକା ରହିବା ଉଚିତ। କେବଳ ନିର୍ବାଚନ କମିଶନଙ୍କ ବିବେଚନା ଉପରେ ସବୁକିଛି ଛାଡିଦେବା ସମ୍ବିଧାନର ଆତ୍ମା ସହିତ ସଙ୍ଗତ ନୁହେଁ। ସେହି ସମୟରେ, ଚନ୍ଦ୍ରଚୂଡ଼ ବିଲ୍ ସମ୍ପର୍କରେ କମିଟିକୁ ତାଙ୍କର ଲିଖିତ ପରାମର୍ଶ ମଧ୍ୟ ଦେଇସାରିଛନ୍ତି, ଯେଉଁଥିରେ ଚନ୍ଦ୍ରଚୂଡ କେଉଁ ପରିସ୍ଥିତିରେ କମିସନଙ୍କ ବ୍ୟାପକ କ୍ଷମତା ବ୍ୟବହାର କରିପାରିବେ ତାହାର ରୂପରେଖ ପ୍ରସ୍ତୁତ ହେବା ଉଚିତ୍ ବୋଲି କହିଛନ୍ତି । ତଥାପି, ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ ଏହି ବିଲ୍ ସମ୍ବିଧାନର ମୌଳିକ ଗଠନକୁ ଉଲ୍ଲଂଘନ କରେ ନାହିଁ ବୋଲି ଉଭୟ ପୂର୍ବତନ ମୁଖ୍ୟ ବିଚାରପତି ସ୍ପଷ୍ଟ କରିଦେଇଥିଲେ। ଚନ୍ଦ୍ରଚୂଡ଼ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଏହା ସମ୍ବିଧାନର ମୌଳିକ ଢାଞ୍ଚାକୁ କ୍ଷତି ପହଞ୍ଚାଏ ନାହିଁ। ସମ୍ବିଧାନରେ କୌଣସି ସ୍ଥାନରେ ଜାତୀୟ ଓ ରାଜ୍ୟ ନିର୍ବାଚନକୁ ଅଲଗା କରିବାର ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି ।

ତେବେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବିରୋଧୀ ସାଂସଦମାନେ ପ୍ରଶ୍ନ ଉଠାଇଥିଲେ ଯେ ବିଧାନସଭାଗୁଡ଼ିକୁ ମଝିରେ ଭାଙ୍ଗି ଲୋକସଭା ସହିତ ନିର୍ବାଚନ କରିବା କ’ଣ ସାମ୍ବିଧାନିକ ହେବ। ଏହା ବ୍ୟତୀତ, ପ୍ରଶ୍ନ ମଧ୍ୟ ଏହା ଉଠିଥିଲା ଯେ ଯଦି ବିଧାନସଭାର କାର୍ଯ୍ୟକାଳ କେବଳ କିଛି ମାସ ବାକି ଅଛି, ତେବେ ଏତେ କମ୍ ସମୟ ପାଇଁ ମଧ୍ୟ ନିର୍ବାଚନ କରିବା ବ୍ୟବହାରିକ ଏବଂ ଗଣତାନ୍ତ୍ରିକ ଭାବରେ ଠିକ୍ ହେବ କି? ଏହା ସହିତ, ଜରୁରୀକାଳୀନ ପରିସ୍ଥିତି ଭଳି ଅସାଧାରଣ ପରିସ୍ଥିତିରେ ନିର୍ବାଚନ ପ୍ରକ୍ରିୟା କିପରି କରାଯିବ ସେ ବିଷୟରେ ବିଲରେ କୌଣସି ସ୍ପଷ୍ଟତା ନାହିଁ।

ଯାହାକୁ ନେଇ ସଂସଦୀୟ କମିଟି ଅଧ୍ୟକ୍ଷ ଏବଂ ବିଜେପି ସାଂସଦ ପି. ପି. ଚୌଧୁରୀ କହିଛନ୍ତି ଯେ କମିଟି ସମସ୍ତ ଦଳର ମତାମତକୁ ସ୍ୱାଗତ କରେ ଏବଂ ବିଲ୍‌କୁ ଉନ୍ନତ କରିବା ପାଇଁ ପ୍ରତ୍ୟେକ ପରାମର୍ଶକୁ ବିଚାର କରାଯିବ। ସେ କହିଛନ୍ତି, ଏହା ରାଷ୍ଟ୍ର ନିର୍ମାଣ ପାଇଁ ଏକ ଐତିହାସିକ ସୁଯୋଗ ଏବଂ ଆମକୁ ଏହାକୁ ଗମ୍ଭୀରତାର ସହ ନେବା ଉଚିତ। ଏପର୍ଯ୍ୟନ୍ତ ଚାରି ଜଣ ପୂର୍ବତନ ମୁଖ୍ୟ ବିଚାରପତି ଏହି କମିଟି ସମ୍ମୁଖରେ ସେମାନଙ୍କର ମତାମତ ଉପସ୍ଥାପନ କରିଛନ୍ତି। ବରିଷ୍ଠ ଓକିଲ ଏବଂ ପୂର୍ବତନ ସାଂସଦ ଇ.ଏମ୍. ସୁଦର୍ଶନ ନାଚିଅପ୍ପାନ ମଧ୍ୟ କମିଟି ନିକଟରେ ତାଙ୍କର ପରାମର୍ଶ ଦାଖଲ କରିଛନ୍ତି। ଏହା କମିଟିର ଅଷ୍ଟମ ବୈଠକ ଥିଲା।

Comments are closed.