ମୁମ୍ବାଇ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆ ବିପକ୍ଷ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଇତି ମଧ୍ୟରେ ଏକ ଭିଡିଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଏଥିରେ ରୋହିତଙ୍କୁ ବିଳମ୍ବିତ ରାତ୍ରରେ ମୁମ୍ବାଇର ଏକ ପ୍ରତିଷ୍ଠିତ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ରୋହିତଙ୍କର କିଛି ଅସୁବିଧା ହୋଇଥିବା ନେଇ ପ୍ରଶଂସକଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି । ରୋହିତ ଡାକ୍ତରଖାନା ବାହାରେ ଗାଡିରୁ ଓହ୍ଲାଇ ଭିତରକୁ ଯାଇଥିଲେ । ସେ କଣ ପାଇଁ ଡାକ୍ତରଖାନା ଯାଇଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।
ନିକଟରେ ରୋହିତ ଏନସିଏରେ ଫିଟନେସ ଟେଷ୍ଟ ପାସ କରିଥିଲେ । ଦୀର୍ଘ ଦିନ ପରେ ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିବା ପୂର୍ବରୁ ଚୟନ କମିଟି ତାଙ୍କ ଫିଟନେସ ସମ୍ପର୍କରେ ଅବଗତ ହେବାକୁ ଚାହିଁଥିଲେ । ଦୁଇ ସିନିୟର ଖେଳାଳି ରୋହିତ ଓ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । କୋହଲି ଲଣ୍ଡନରୁ ଫିଟନେସ ଟେଷ୍ଟ ପାସ କରିଥିଲେ । ଡାକ୍ତରଖାନା ଯିବା ନେଇ ରୋହିତ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।
Comments are closed.