ଚୀନରେ ଘାତକ ସାଜିଥିବା କରୋନା ଭାଇରସ ଏପର୍ଯ୍ୟନ୍ତ ୪୨୫ ଲୋକଙ୍କ ଜୀବନ ନେଇସାରିଲାଣି । ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସର ସଂକ୍ରମଣ ବିଶ୍ୱର ଅନେକ ଦେଶରେ ବ୍ୟାପି ସାରିଲାଣି । ସାରା ବିଶ୍ୱର ବୈଜ୍ଞାନିକ ଏହାର ଚିକିତ୍ସା ଖୋଜିବାର ପ୍ରୟାସ କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସଫଳତା ମିଳିନାହିଁ ।
ଆସନ୍ତୁ ଜାଣିବା କରୋନା ଭାଇରସ ଦ୍ୱାରା ଶରୀରରେ କେଉଁ ପ୍ରକାରର ପରିବର୍ତ୍ତନ ହୋଇଥାଏ । ଏବଂ ଭାଇରସର ସଂକ୍ରମଣରେ ଆସିବା ପରେ ଶରୀରରେ କିଭଳି ଲକ୍ଷଣ ଦେଖାଯାଇଥାଏ ।
କରୋନା ଭାଇରସ ସଂକ୍ରମିତ ହୋଇଥିବା ୯୯ଜଣ ରୋଗୀଙ୍କ ବିଷୟରେ ଲାଂସେଟ୍ ମେଡିକାଲ ଜର୍ନାଲରେ ତଥ୍ୟ ପ୍ରକାଶ ପାଇଛି । କରୋନା ରୋଗୀଙ୍କ ଠାରେ ସର୍ଦ୍ଦି, କାଶ ସହିତ ନିମୋନିୟାର ଲକ୍ଷଣ ମଧ୍ୟ ଦେଖା ଦେଇଛି । ଏଭଳି ରୋଗୀଙ୍କ ଫୁସଫୁସରେ ପାଣି ଜମା ହେଉଥିବାର ମଧ୍ୟ ଦେଖା ଦେଇଛି ।
କରୋନା ଦ୍ୱାରା ରୋଗୀଙ୍କ ଠାରେ ଜ୍ୱର, କାଶ ସମସ୍ୟା ସାଧାରଣ । ଏହାବ୍ୟତୀତ କିଛି ଲୋକଙ୍କୁ ଶ୍ୱାସକ୍ର୍ରିୟାରେ ମଧ୍ୟ ଅସୁବିଧା ହେଉଛି ।
କିଛି ରୋଗୀ ଏହା ବି କହିଛନ୍ତି କି, ଶରୀରରେ କରୋନା ସଂକ୍ରମିତ ହେଲେ ମାଂସପେଶୀ ଓ ମୁଣ୍ଡରେ ମାତ୍ରାଧିକ ଯନ୍ତ୍ରଣା ହୁଏ । ଲାଂସେଟରେ ପ୍ରକାଶିତ ହୋଇଛି ଯେ, ମୃତ ୯୯ ରୋଗୀଙ୍କ ଠାରେ ପୂର୍ବରୁ କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା । ଯଦ୍ୱାରା ସେମାନେ ସହଜରେ କରୋନାର ଶିକାର ହେଲେ ।
Comments are closed.