Latest Odisha News

BREAKING NEWS

ଆଜିଠୁ ଆଇପିଏଲ ମହାସମର ଆରମ୍ଭ

କୋଲକାତା: ଆଜିଠୁ ଆରମ୍ଭ ହେଉଛି ଆଇପିଏଲର ୧୮ତମ ସଂସ୍କରଣ। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଏହି ମ୍ୟାଚ। ଏହାକୁ ନେଇ କ୍ରିକେଟ୍‌ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି।

ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ଆଇପିଏଲ ଉଦଘାଟନୀ ମ୍ୟାଚ୍ ।ଉଭୟ ଦଳ ମଧ୍ୟରେ ଇଡେନ ଗାର୍ଡେନରେ ଏକ ରୋମାଂଚକ ମୁକାବିଲା ଦେଖିବାକୁ ମିଳିବ । ପ୍ରତିଯୋଗିତାରେ ୧୦ଟି ଦଳ ଚେନ୍ନଇ ସୁପରକିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ମୁମ୍ବଇ ଇଣ୍ଡିଆନ୍‌ସ, ଦିଲ୍ଲୀ କ୍ୟାପିଟାଲ୍‌ସ, ସନରାଇଜର୍ସ ହାଇଦରାବାଦ୍‌, ଗୁଜରାଟ ଟାଇଟାନ୍‌ସ, ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ପଞ୍ଜାବ କିଙ୍ଗ୍‌ସ୍‌ କଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍‌ସ ଅଂଶଗ୍ରହଣ କରୁଛନ୍ତି।

ଆଇପିଏଲର ଚଳିତ ସିଜିନରେ ୧୦ଟି ଟିମ୍ ଭାଗ ନେବା ସହ ମୋଟ ୭୫ଟି ମ୍ୟାଚ ଖେଳାଯିବ। ସମସ୍ତ ମ୍ୟାଚ୍ ଭାରତର ୧୩ଟି ଭେନ୍ୟୁରେ ଖେଳାଯିବ। ସୂଚନା ଅନୁଯାୟୀ, ୬୫ ଦିନ ଧରି ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। ୬୨ଟି ମ୍ୟାଚ୍ ସନ୍ଧ୍ୟା ସମୟରେ ହେବାକୁ ଥିବା ବେଳେ ୧୨ଟି ମ୍ୟାଚ୍ ଅପରାହ୍ନରେ ଖେଳାଯିବା ନେଇ ଧାର୍ଯ୍ୟ ହୋଇଛି।

ତେବେ ମ୍ୟାଚ ପୂର୍ବରୁ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। ଯେଉଁଥିରେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ଗାୟିକା ଶ୍ରେୟା ଘୋଷାଲ ଜଲୱା ଦେଖାଇବେ। ଅପରପକ୍ଷରେ ଆଇପିଏଲର ସିଧା ପ୍ରସାରଣ ଟିଭି ଏବଂ ମୋବାଇଲ୍ ଆପ୍ ଉଭୟରେ ଦେଖିପାରିବେ।

Leave A Reply

Your email address will not be published.