Latest Odisha News

ବ୍ୟକ୍ତିର ମୃତ୍ୟୁ ପରେ କ’ଣ ହୁଏ ଆଧାର, ପାନ ଓ ଅନ୍ୟ ଡକ୍ୟୁମେଣ୍ଟ?

ନୂଆଦିଲ୍ଲୀ: ଆଜିକାଲି ଯେକୌଣସି ବ୍ୟକ୍ତିଙ୍କ ଫୋନ ନମ୍ୱର ବା କାଗଜପତ୍ର ମାଧ୍ୟମରେ ଠକେଇ ହେବା ସାଧାରଣ କଥା। କେତେବେଳେ ଓଟିପି ଦେଇ ଠକେଇ ହେଉଛି ତ ଆଉ କେତେବେଳେ ବିନା ଓଟିପିରେ ଠକେଇ କରାଯାଉଛି। ଏନେଇ ଅନେକ ଖବର ସାମନାକୁ ଆସୁଛି। ତେବେ ମଣିଷର ମୃତ୍ୟୁ ପରେ ସେ ବ୍ୟବହାର କରୁଥିବା ଡକ୍ୟୁମେଣ୍ଟର କଣ କରାଯାଏ ଆସନ୍ତୁ ଜାଣିବା।

ବ୍ୟକ୍ତି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟର ଆବଶ୍ୟକତା ରହିଛି। ଯେଉଁଥିରେ ପାନ୍ କାର୍ଡ, ଆଧାର କାର୍ଡ, ଭୋଟର କାର୍ଡ ଏବଂ ପାସପୋର୍ଟ ଭଳି ଡକ୍ୟୁମେଣ୍ଟ ରହିଛି। କୌଣସି ସରକାରୀ ଯୋଜନା କିମ୍ବା ବ୍ୟାଙ୍କ କାର୍ଯ୍ୟର ଲାଭ ହେଉ, ଜୀବନର ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏହି ଡକ୍ୟୁମେଣ୍ଟ ଦରକାର । କିନ୍ତୁ ଯେତେବେଳେ ବ୍ୟକ୍ତିଙ୍କର ମୃତ୍ଉ ହୁଏ, ତେବେ ଏହି ଡକ୍ୟୁମେଣ୍ଟ୍ ଗୁଡିକ କ’ଣ କରାଯାଏ?
ଯେକୌଣସି ବ୍ୟକ୍ତିଙ୍କ ପାଇଁ ତାଙ୍କର ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । କିନ୍ତୁ ଯଦି ଜଣେ ବ୍ୟକ୍ତିଙ୍କର ମତ୍ୟୁ ହୁଏ ତେବେ UIDAI ସାଇଟରେ ଏହାକୁ ବନ୍ଦ କରିହେବ କି? ତେବେ ଆଧାର କାର୍ଡ ବନ୍ଦ କରିବାକୁ UIDAIର କୌଣସି ପ୍ରକ୍ରିୟା ନାହିଁ କିମ୍ବା ଏହା ବିଷୟରେ କିଛି ସୂଚନା ଦିଆଯାଇ ନାହିଁ। ତେଣୁ ଏପରି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ତେବେ ଆଧାରକାର୍ଡକୁ ବନ୍ଦ କରିହେବନି।

ସେହିପରି ଆର୍ଥିକ ବିଷୟ ପାଇଁ ପାନ୍ କାର୍ଡ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍। ଜଣେ ବ୍ୟକ୍ତି ଆୟକର ଠାରୁ ଆରମ୍ଭ କରି ଚାକିରି ପର୍ଯ୍ୟନ୍ତ ସମସ୍ତ ଆର୍ଥିକ କାରବାର ପର୍ଯ୍ୟନ୍ତ ପାନ୍ କାର୍ଡ ବ୍ୟବହାର କରନ୍ତି। କିନ୍ତୁ ଯଦି ଜଣେ ବ୍ୟକ୍ତଙ୍କର ମୃତ୍ୟୁ ହୁଏ, ତା’ହେଲେ ତାଙ୍କ ପ୍ୟାନ କାର୍ଡ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ବନ୍ଦ କରାଯାଇପାରେ। ଏଥିପାଇଁ ସେମାନଙ୍କୁ ଆୟକର କାର୍ଯ୍ୟାଳୟକୁ ଯିବାକୁ ପଡିବ ଏବଂ ସେଠାରେ ସମସ୍ତ ଆକାଉଣ୍ଟ ବନ୍ଦ କରିବାକୁ ହେବ।
ଭୋଟର ପରିଚୟ ପତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ଭୋଟର କାର୍ଡ ବାତିଲ କରିପାରିବେ। ଏଥିପାଇଁ ସେମାନଙ୍କୁ ନିର୍ବାଚନ କାର୍ଯ୍ୟାଳୟକୁ ଯାଇ ଫର୍ମ ନମ୍ବର-୭ ପୂରଣ କରିବାକୁ ପଡିବ। ଏହା ସହିତ ସେମାନଙ୍କୁ ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ରକୁ BLOକୁ ଦେଖାଇବାକୁ ପଡିବ। ବିଦେଶ ଭ୍ରମଣ ପାଇଁ ପାସପୋର୍ଟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ତେବେ ଯଦି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ପାସପୋର୍ଟ ବନ୍ଦ କରାଯାଇ ପାରିବ ନାହିଁ। କାରଣ ପାସପୋର୍ଟ ଅଫିସରେ ଏଥିପାଇଁ କୌଣସି ନିୟମ ନାହିଁ ।

Comments are closed.