Latest Odisha News

BREAKING NEWS

ବୁଧ କରିବେ ରାଶି ପରିବର୍ତ୍ତନ; ଆରମ୍ଭ ହେବ ସୌଭାଗ୍ୟ ଦିନ

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ବିଶେଷ ମହତ୍ତ୍ବ ରହିଛି । ତେବେ ଗ୍ରହମାନଙ୍କର ରାଜକୁମାର ବୁଧ ପ୍ରତି ମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି । ବର୍ତ୍ତମାନ ବୁଧ, ମୀନ ରାଶିରେ ଅବସ୍ଥିତ । ଆସନ୍ତା ୭ ମେ’ରେ ବୁଧ ମେଷ ରାଶିରେ ପ୍ରବେଶ କରିବେ । ବୁଧ ଗ୍ରହଙ୍କୁ ବୁଦ୍ଧି, ତର୍କ, ସମ୍ବାଦ, ଗଣିତ, ଚତୁରତା ଏବଂ ବନ୍ଧୁତାର କାରକ ଭାବରେ ବିବେଚନା କରାଯାଏ ।

ତେବେ ଏହି ବୁଧଙ୍କ ରାଶି ପରିବର୍ତ୍ତନ ଦ୍ବାରା ସମସ୍ତ ରାଶି ଉପରେ ବିଶେଷ ପ୍ରଭାବ ପଡିବ । କିନ୍ତୁ ବୁଧଗ୍ରହ ମେଷ ରାଶିରେ ପ୍ରବେଶ କରିବା ଦ୍ବାରା ତିନୋଟି ରାଶିର ଭାଗ୍ୟ ଫିଟିବାକୁ ଯାଉଛି । ବୁଧଙ୍କ ବିଶେଷ ଆଶୀର୍ବାଦ ମେଷ, କର୍କଟ ଏବଂ ତୁଳା ରାଶି ଉପରେ ପଡିବ । ଯାହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ।

ତୁଳା:- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ରାଶି ପରିବର୍ତ୍ତନ ବେଶ୍ ଶୁଭ । ଯାଦାଦ୍ବାରା ବ୍ୟବସାୟୀମାନଙ୍କୁ ବେଶ୍ ଲାଭ ମିଳିବ । ଯେଉଁମାନେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନେ ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ । ପୁରୁଣା ବନ୍ଧୁମାନଙ୍କୁ ଭେଟିବାର ଯୋଗ ରହିଛି । ଚାକିରିରେ ପଦୋନ୍ନତି ଏବଂ ଦରମା ବୃଦ୍ଧିର ସମ୍ଭାବନା ମଧ୍ୟ ଅଛି । ଚିନ୍ତା ଦୂର ହେବ । ସ୍ୱାସ୍ଥ୍ୟ ଭଲ ରହିବ । ବୈବାହିକ ଜୀବନ ଖୁସିରେ କଟିବ ।

ମେଷ:- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ରାଶି ପରିବର୍ତ୍ତନ ବିଶେଷ ଫଳପ୍ରଦ ହେବ । ଚାକିରି ଖୋଜୁଥିଲେ , ନିଜର ପସନ୍ଦର ଚାକିରି ମିଳିଯିବ । ହଠାତ୍ ଆର୍ଥିକ ଲାଭର ସମ୍ଭାବନା ରହିଛି । ଚାକିରି କରୁଥିବା ଲୋକମାନଙ୍କ ଦରମା ବୃଦ୍ଧି ହେବ । ଏହି ସମୟ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବ୍ୟବସାୟରେ ବେଶ୍ ଭଲ ଲାଭ ମିଳିବ ।

କର୍କଟ:- ବୁଧଙ୍କ ରାଶି ପରିବର୍ତ୍ତନ କର୍କଟ ରାଶିର ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ । କ୍ୟାରିୟର ଭଲ ରହିବ । ବ୍ୟବସାୟରେ ଉନ୍ନତି ଆସିବ । ଅଟକି ରହିଥିବା କାମରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସୁଦୃଢ଼ ​​ହେବ । ଆୟର ନୂତନ ଉତ୍ସ ସୃଷ୍ଟି ହେବାର ସମ୍ଭାବନା ରହିଛି । ଋଣରୁ ମୁକ୍ତି ମିଳିବ । ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ । ଘରେ କିଛି ଶୁଭ ସମାଚାର ମିଳିପାରେ ।

Comments are closed.