Latest Odisha News

ସ୍ଵପ୍ନରେ ଏହି ପଶୁ ପକ୍ଷୀ ଆସିଲେ ଦିଏ କିଛି ଏମିତି ସଙ୍କେତ……

ଭୁବନେଶ୍ୱର: ଭବିଷ୍ୟତ ବିଷୟରେ ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଥାଏ। ଅନେକ ସମୟରେ ଆମେ ଆମ ଭବିଷ୍ୟତକୁ କଳ୍ପନା ମଧ୍ୟ କରିଥାଉ। ଆଉ ଏହାକୁ ସ୍ଵପ୍ନରେ ମଧ୍ୟ ଦେଖିଥାଉ।

କିନ୍ତୁ କଣ ଆପଣ ଜାଣନ୍ତି ଆମେ ଦେଖିଥିବା ସ୍ୱପ୍ନ ଆମକୁ କିଛି ସଙ୍କେତ ଦେଇଥାଏ। ସେହି ସଙ୍କେତ ମାଧ୍ୟମରେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଶୁଭ-ଅଶୁଭ ଘଟଣା ବିଷୟରେ ଅନୁମାନ କରାଯାଇପାରିବ।

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସ୍ୱପ୍ନକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇ ଲେଖାଯାଇଛି ଯେ ଏହାକୁ ସ୍ୱପ୍ନ ଜ୍ୟୋତିଷ ମଧ୍ୟ କୁହାଯାଏ। ଯାହା କହୁଛି, ସ୍ୱପ୍ନରେ କିଛି ପଶୁ ପକ୍ଷୀଙ୍କୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା କିଛି ଏପରି ପଶୁପକ୍ଷୀ ଯାହାକୁ ଆମେ ସ୍ଵପ୍ନରେ ଦେଖିବାର ସଙ୍କେତ କ’ଣ ରହିଥାଏ……..

ଗାଈ – ସ୍ୱପ୍ନ ଜ୍ୟୋତିଷ ଅନୁଯାୟୀ, ସ୍ୱପ୍ନରେ ଗାଈ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ହିନ୍ଦୁ ଧର୍ମରେ ଗାଈକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ ଏବଂ ଏହାକୁ ଗୋ ମାତା ମଧ୍ୟ କୁହାଯାଏ। ତେବେ ସ୍ୱପ୍ନରେ ଗାଈ ଦେଖିଲେ ବୁଝିଯିବେ ଯେ ଈଶ୍ବରଙ୍କ କୃପା ଆପଣଙ୍କ ଉପରେ ଅଛି ଏବଂ ଯଦି ସେହି ଗାଈର ରଙ୍ଗ ମାଟିଆ ହୋଇଥାଏ, ତେବେ ଏହା ଚାକିରିରେ ପଦୋନ୍ନତିର ସଙ୍କେତ ଦେଇଥାଏ।

ହାତୀ- ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ହାତୀ ଦେଖନ୍ତି, ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ। ଏହି ସ୍ୱପ୍ନର ଅର୍ଥ ହେଉଛି ଶୀଘ୍ର ଆପଣଙ୍କ ଜୀବନରେ ସୁଖ, ଧନ ଏବଂ ସମୃଦ୍ଧି ଆସିବାକୁ ଯାଉଛି। ହାତୀ ଦେବୀ ଲକ୍ଷ୍ମୀଙ୍କ ବାହନ ଭାବରେ ବିବେଚନା କରାଯାଏ। ସ୍ୱପ୍ନରେ ହାତୀ ଦେଖିବା ଦ୍ୱାରା ଦେବୀ ଲକ୍ଷ୍ମୀ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ପେଚା- ସ୍ୱପ୍ନରେ ପେଚା ଦେଖିବା ମଧ୍ୟ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ। ପୋଚା ଦେବୀ ଲକ୍ଷ୍ମୀଙ୍କ ବାହନ। ସ୍ୱପ୍ନରେ ପେଚା ଦେଖିବା, ଭବିଷ୍ୟତରେ ଧନ ଲାଭ ହେବାର ସଙ୍କେତ ଦେଇଥାଏ। ଯଦି ଏହିପରି ଲୋକଙ୍କ ଟଙ୍କା ଦୀର୍ଘ ସମୟ ଧରି କୌଣସି ସ୍ଥାନରେ ଅଟକି ରହିଥାଏ, ତେବେ ତାହା ମଧ୍ୟ ଶୀଘ୍ର ପ୍ରାପ୍ତ ହୁଏ।

ମୟୂର- ହିନ୍ଦୁ ଧର୍ମର ପବିତ୍ର ପକ୍ଷୀମାନଙ୍କ ମଧ୍ୟରୁ ଗୋଟିଏ ମୟୂର । ଏହା ପ୍ରଭୁ କାର୍ତ୍ତିକେୟଙ୍କର ବାହାନ। ତେଣୁ ଯଦି ସ୍ୱପ୍ନରେ ମୟୂର ଦେଖନ୍ତି, ବୁଝିଯିବେ ଯେ ଆପଣଙ୍କର ଖରାପ ଦିନ ସମାପ୍ତ ହୋଇ ଭଲ ଦିନ ଆରମ୍ଭ ହେବାକୁଯାଉଛି।

Leave A Reply

Your email address will not be published.