Latest Odisha News

BREAKING NEWS

ଦିଲ୍ଲୀ ଅବକାରୀ ନୀତି କ’ଣ? କାହିଁକି ସିବିଆଇ ସ୍କାନରରେ କେଜ୍ରିଓ୍ୱାଲ ସରକାର?

ନୂଆଦିଲ୍ଲୀ: ଯେଉଁ ଦଳ ଦୁର୍ନୀତି ବିରୋଧରେ ନାରା ଦେଇ କ୍ଷମତାକୁୁ ଆସିଥିଲା ସେହି ଦଳ ଏବେ ଦୁର୍ନୀତି ଅଭିଯୋଗରେ ଫସିଛି। ପ୍ରଥମେ ଆପର ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡରିଂ ମାମଲାରେ ଜେଲ୍ ଯାଇଛନ୍ତି। ଆଉ ଏବେ ଦିଲ୍ଲୀର ଅବକାରୀ ନୀତିରେ ଅନିୟମିତତା ହୋଇଥିବା ଅଭିଯୋଗରେ ସିବିଆଇ ସ୍କାନରକୁ ଆସିଛନ୍ତି ଦଳର ଅନ୍ୟତମ ଶୀର୍ଷ ନେତା ତଥା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆଙ୍କ ଘର ସମେତ ୨୧ଟି ସ୍ଥାନରରେ ସିବିଆଇ ରେଡ୍ କରି ଏଫଆଇଆର ରୁଜୁ କରିଛି। ଏଫଆଇଆରରେ ସିବିଆଇ ୧୫ ଜଣଙ୍କୁ ଅଭିଯୁକ୍ତ ତାଲିକାରେ ରଖିଛି। ଯେଉଁଥିରେ ମନୀଷ ସିସୋଦିଆଙ୍କ ନାମ ତାଲିକାର ଏକ ନମ୍ବରରେ ରହିଛି। ତେବେ କୌଣସି ଦୁର୍ନୀତି ହୋଇନି ବୋଲି ମନୀଷ ସିସୋଦିଆ କହିଛନ୍ତି। ତାଙ୍କର ମୋବାଇଲ, ଲାପଟପ ଆଦି ଜବତ କରିଛି ସିବିଆଇ।

କ’ଣ ଏହି ଅବକାରୀ ନୀତି?

ଗତ ବର୍ଷ ଦିଲ୍ଲୀରେ ନୂଆ ଏକ୍ସାଇଜ୍ ପଲିସି ବା ଅବକାରୀ ନୀତି ଲାଗୁ କରାଯାଇଥିଲା। ଏହି ଅନୁଯାୟୀ ଦିଲ୍ଲୀକୁ ୩୨ ଟି ଜୋନରେ ବିଭକ୍ତ କରାଯାଇଥିଲା। ସେଥିମଧ୍ୟରୁ ୮୪୯ ଟି ଲାଇସେନ୍ସ ବଣ୍ଟନ କରାଯାଇଥିଲା। ଏହି ୩୨ ଟି ଜୋନରୁ ପ୍ରତ୍ୟେକ ଜୋନରେ ହାରାହାରି ୨୬ ରୁ ୨୭ ଟି ମଦ ଦୋକାନ ଖୋଲୁଥିଲା। ଏବେ ପର୍ଯ୍ୟନ୍ତ ଦିଲ୍ଲୀର ୬୦ ପ୍ରତିଶତ ଦୋକାନ ସରକାରୀ ଏବଂ ୪୦ ପ୍ରତିଶତ ବ୍ୟକ୍ତିଗତ ହାତରେ ଥିଲା କିନ୍ତୁ ଏହି ନୀତି ପରେ ୧୦୦ ପ୍ରତିଶତ ଦୋକାନ ଘରୋଇ ସଂସ୍ଥା ବା ବ୍ୟକ୍ତି ହାତକୁ ଯାଇଥିଲା। କିନ୍ତୁ ବିବାଦ ବଢିବା ପରେ ଏହାକୁ ଜୁଲାଇ ଶେଷରେ ପ୍ରତ୍ୟାହାର କରିନେଇଥିଲେ କେଜ୍ରିଓ୍ୱାଲ ସରକାର। ଆଉ ଚଳିତ ମାସ ଆରମ୍ଭରୁ ପୁରୁଣା ଅବକାରୀ ନୀତି ଲାଗୁ ହୋଇଛି। ଗତବର୍ଷ ନଭେମ୍ବରରେ ନୂଆ ଅବକାରୀ ନୀତି ଲାଗୁ ହୋଇଥିଲା।

  1. ମଦ ପିଇବା ବୟସ: ଥିଲା ୨୫ ହେଲା ୨୧
  2. ଦୁଇ ମଦ ଦୋକାନ ଖୋଲିବା ନିୟମ: ଥିଲା ୫୦୦ ବର୍ଗଫୁଟ, ହେଲା ୧୫୦ ବର୍ଗଫୁଟ
  3. ମଦ ଦୋକାନ ଖୋଲିବା ସ୍ଥାନ: ପୂର୍ବରୁ ରାସ୍ତା ପାଖରେ ଖୋଲା ହେଉନଥିଲା ଏବେ ରାସ୍ତା ପାଖରେ ଥିଲା
  4. ନୂଆ ନିୟମ ଅନୁଯାୟୀ ମଦ ଅନ ଲାଇନ ଜରିଆରେ ହୋମ୍ ଡେଲିଭରୀ କରି ଦେଉଥିଲା । ଯେଉଁମାନେ ଅନ୍ ଲାଇନ ଡେଲିଭରୀ କରୁଥିଲେ ସେମାନେ ଲାଇସେନ୍ୱ ନେଇଥିଲେ। କୌଣସି ହଷ୍ଟେଲ, ଅଫିସ୍ କିମ୍ବା ଅନୁଷ୍ଠାନରେ ମଦ ବିତରଣକୁ ଅନୁମତି ଦିଆଯାଇନଥିଲା
  5. ଦୋକାନଗୁଡ଼ିକରେ ବ୍ୟବସ୍ଥା କରାଯାଇଥିଲା; ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ଅଲଗା ଥିଲା। ଦୋକାନ ବାହାରେ କୌଣସି ଖାଦ୍ୟ ଏବଂ ପାନୀୟ ଦୋକାନ ନଥିଲା। ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
  6. ସମସ୍ତ ଦୋକାନ ବଜାର ଦର ଅନୁଯାୟୀ ମଦ ମୂଲ୍ୟ ସ୍ଥିର କରୁଥିଲେ।

ସିବିଆଇ ତଦନ୍ତ ନିର୍ଦ୍ଦେଶ କେତେବେଳେ ଦିଆଗଲା ?

ଦିଲ୍ଲୀର ଏଲ.ଜି ବା ଉପରାଜ୍ୟପାଳ ଜୁଲାଇ ୨୨ରେ ଏହି ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅନୁଭବ କରିଥିଲେ। ପରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀର ମୁଖ୍ୟ ସଚିବଙ୍କ ଏକ ରିପୋର୍ଟରେ GNCTD ଆକ୍ଟ ୧୯୯୧, କାରବାର ନିୟମ (ToBR) ୧୯୯୩, ଦିଲ୍ଲୀ ଏକ୍ସାଇଜ୍ ଆକ୍ଟ ୨୦୦୯ ଏବଂ ଦିଲ୍ଲୀ ଏକ୍ସାଇଜ୍ ନିୟମ ୨୦୧୦ର ନିୟମ ଉଲ୍ଲଂଘନ ହୋଇଥିବା ରିପୋର୍ଟ ଆଧାରରେ ଉପରାଜ୍ୟପାଳ ତଦନ୍ତ ନିର୍ଦ୍ଦେଶ ଦେଇଛଥିଲେ।

ରିପୋର୍ଟରେ କୁହାଯାଇଛି ଯେ ମନୀଷ ସିସୋଦିଆ ଶିକ୍ଷା ସହିତ ଅବକାରୀ ବିଭାଗକୁ ନିଜ ପାଖରେ ରଖିଥିଲେ। ଅବକାରୀ ନିୟମ ଉଲ୍ଲଂଘନ ପାଇଁ ଯେଉଁ ସବୁ ନିଷ୍ପତ୍ତି ନିଆଯାଇଛି ତାହା ମନୀଷ ସିସୋଦିଆ ନେଇଥିଲେ। ଏହି ନିୟମ ଉଲ୍ଲଂଘନ ପଛରେ ଗୋଟିଏ ବଡ ଆର୍ଥିକ କାରବାର ହୋଇଛି।ରିପୋର୍ଟ ଏଭଳି କିଛି ପ୍ରକାଶ ପାଇବା ପରେ ସିବିଆଇର ତଦନ୍ତ ସୁପାରିଶ କରାଯାଇଥିଲା।

ଅବକାରୀ ନୀତିରେ ଅନିୟମିତତା ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ମନୀଷ ସିସୋଦିଆ ଜୁଲାଇ ୨୮ରେ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଯେ ଏକ ନୂଆ ନୀତିକୁ ଏବେ ବାତିଲ କରାଯାଉ। ୬ମାସ ପୂର୍ବରୁ ଯେଉଁ ଏକ୍ସାଇଜ ପଲିସି ଥିଲା ସେହି ପୁରୁଣା ନିୟମକୁ ଫେରାଇ ଅଣାଯାଉ। ଏହାପରେ ଜୁଲାଇ ୩୧ରେ ଏହି ନୀତି ବାତିଲ ହୋଇଥିଲା।

Comments are closed.